ପ୍ରବଳ ଖରା ସହିତ ଗରମ ଗୁଳୁଗୁଳି: ୧୮ ଯାଏ ରାଜ୍ୟବାସୀଙ୍କୁ ତାତିରୁ ମିଳିବ ନାହିଁ ନିସ୍ତାର
ଭୁବନେଶ୍ୱର: ରାଜ୍ୟରେ ତାପମାତ୍ରା ୪୧ ଡିଗ୍ରୀ ଡେଇଁଥିବାବେଳେ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହରରେ ପରିଣତ ହୋଇଛି। ରବିବାର ଏଠାରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୧.୫ ଡିଗ୍ରୀ ଛୁଇଁଥିଲା। ଏହାତଳକୁ ଭବାନୀପାଟଣା ଓ ବଲାଙ୍ଗୀରରେ ୪୧ ଡିଗ୍ରୀ, ଝାରସୁଗୁଡା ୪୦.୭, ସମ୍ବଲପୁର ଓ ହୀରାକୁଦରେ ୪୦ ଡିଗ୍ରୀ, ସୋନପୁର ୩୯, ବୌଦ୍ଧ ୩୯.୫, ପାରଳାଖେମୁଣ୍ଡି ୩୯.୨, ଅନୁଗୋଳ ୩୯.୧, ରାଉରକେଲା ୩୮.୭, ସୁନ୍ଦରଗଡ଼ ୩୮.୬, ନୟାଗଡ ୩୮.୫, ଚାନ୍ଦବାଲି ଓ ମାଲକାନଗିରିରେ ୩୮.୨ ଡିଗ୍ରୀ, ଭଦ୍ରକ, ନୂଆପଡ଼ା ଏବଂ ନବରଙ୍ଗପୁରରେ ତାପମାତ୍ରା ୩୮ ଡିଗ୍ରୀ ରେକର୍ଡ ହୋଇଛି।
ତେବେ ଆସନ୍ତା ୧୮ ତାରିଖ ଯାଏ ରାଜ୍ୟବାସୀଙ୍କୁ ତାତିରୁ ନିସ୍ତାର ମିଳିବ ନାହିଁ। ତାପମାତ୍ରା ଆହୁରି ୪ରୁ ୬ ଡିଗ୍ରୀ ବୃଦ୍ଧି ପାଇବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସୋମବାର ଓ ମଙ୍ଗଳବାର ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଜିଲାରେ ପ୍ରବଳ ଖରା ସହିତ ଗରମ ଗୁଳୁଗୁଳି ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।
Powered by Froala Editor