ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସ୍ଲେ
ନୂଆଦିଲ୍ଲୀ :କିମ୍ବଦନ୍ତୀ ଗାୟିକା ଆଶା ଭୋସ୍ଲେଙ୍କ ପରଲୋକ। ଆଶାଙ୍କ ପରଲୋକ ନେଇ ତାଙ୍କ ପୁଅ ଆନନ୍ଦ ଭୋସ୍ଲେ ସୂଚନା ଦେଇଛନ୍ତି। ମୁମ୍ବାଇର ବ୍ରିଚ କାଣ୍ଡି ହସ୍ପିଟାଲ୍ରେ ତାଙ୍କର ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ପ୍ରାୟ ୭ ଦଶନ୍ଧିରୁ ସେ ତାଙ୍କ ସୁମଧୁର ଏବଂ ମନମୁଗ୍ଧକର ଗୀତ ମାଧ୍ୟମରେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରାଜ କରିଆସୁଛନ୍ତି। ତାଙ୍କ ଗୀତକୁ ଦେଶ ଏବଂ ବିଦେଶରେ ମଧ୍ୟ ଲୋକ ଭଲ ପାଆନ୍ତି। ଗତକାଲି ଛାତିରେ ସଂକ୍ରମଣ ଯୋଗୁଁ ତାଙ୍କୁ ହଠାତ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ଖବର ପ୍ରଶଂସକ ମାନଙ୍କୁ ଚିନ୍ତିତ କରିଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି। ଆସନ୍ତାକାଲି ଅପରାହ୍ନ ୪ଟାରେ ଶିବାଜୀ ପାର୍କରେ ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହିତ ତାଙ୍କର ଅନ୍ତିମ ସଂସ୍କାର କରାଯିବା ନେଇ ସୂଚନା ମିଳିଛି। ତାଙ୍କ ପରଲୋକ ଭାରତୀୟ ସଙ୍ଗୀତରେ ଏକ ଯୁଗର ଅନ୍ତ ଘଟାଇଛି, ଯାହା ଏକ ଅତୁଳନୀୟ ଐତିହ୍ୟ ଛାଡିଯାଇଛି।
Powered by Froala Editor