ଦୁଇଚକିଆ ପେଟ୍ରୋଲ ଯାନ ଉପରେ ଲାଗିବ ରୋକ୍
ନୂଆଦିଲ୍ଲୀ: ଦିଲ୍ଲୀରେ ଶେଷ ହେବ ପେଟ୍ରୋଲ ଗାଡିର ଯୁଗ। ରାଜଧାନୀ ଦିଲ୍ଲୀରେ ଦୁଇଚକିଆ ପେଟ୍ରୋଲ ଯାନ ଉପରେ ରୋକ୍ ଲାଗିବ। ୨୦୨୮ରୁ ନୂତନ ପେଟ୍ରୋଲ ଦୁଇଚକିଆ ଯାନ ପଞ୍ଜୀକରଣ ବନ୍ଦ ହୋଇପାରେ। ଦିଲ୍ଲୀ ସରକାରଙ୍କ ଇଭି ଡ୍ରାଫ୍ଟ ପଲିସି ଆସିଛି। ପରିବହନ ବିଭାଗ ପକ୍ଷରୁ ”ଦିଲ୍ଲୀ ବୈଦ୍ୟୁତିକ ଯାନ (ଇଭି) ନୀତି ୨୦୨୬-୨୦୩୦”ର ଚିଠା ପ୍ରସ୍ତାବ ଜାରି କରାଯାଇଛି। ପେଟ୍ରୋଲ ଏବଂ ସିଏନଜି ଇନ୍ଧନଚାଳିତ ଦୁଇ ଚକିଆ ଯାନ ବନ୍ଦ ହେବ। ଇଲେକ୍ଟ୍ରିକ୍ ଯାନକୁ ପ୍ରୋତ୍ସାହିତ କରାଯିବ। ପ୍ରଦୂଷଣକୁ ରୋକିବାକୁ ପ୍ରୟାସ କରାଯିବ। ଏହି ଚିଠା ପ୍ରସ୍ତାବ ଅନୁଯାୟୀ, ୨୦୨୭ ମସିହା ଜାନୁଆରୀ ୧ ତାରିଖରୁ ଦିଲ୍ଲୀରେ କେବଳ ବୈଦ୍ୟୁତିକ ତିନିଚକିଆ ଯାନର ନୂତନ ପଞ୍ଜୀକରଣ ହୋଇପାରିବ। ସେହିପରି ୨୦୨୮ ଏପ୍ରିଲ ୧ ତାରିଖ ପରଠାରୁ ପେଟ୍ରୋଲ ଚାଳିତ ଦୁଇଚକିଆ ଗାଡ଼ି ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ ହେବ ଏବଂ କେବଳ ଇଲେକ୍ଟ୍ରିକ୍ ମଡେଲକୁ ଅନୁମତି ମିଳିବ।
Powered by Froala Editor