ବିଶ୍ବ ଛେନା ପୋଡ ଦିବସ ଆଜି
ଭୁବନେଶ୍ଵର: ଆଜି ହେଉଛି ବିଶ୍ବ ଛେନାପୋଡ ଦିବସ। ଏପ୍ରିଲ ୧୧ ତାରିଖ ଅର୍ଥାତ୍ ଆଜିର ଦିନରେ ଓଡିଶାର ବିଭିନ୍ନ ସଂଗଠନ ତରଫରୁ ଧୁମଧାମରେ ଏହି ଦିବସ ପାଳନ କରାଯାଉଛି। ତେବେ କଣ ପାଇଁ ଆଜିର ଦିନକୁ ଛେନା ପୋଡ଼ ଦିବସ ଭାବେ ପାଳନ କରାଯାଏ, ଏହା ପଛରେ କେଉଁ ତଥ୍ୟ ରହିଛି। ଆସନ୍ତୁ ଜାଣିବା…
ନୟାଗଡ ଛେନା ପୋଡର ସ୍ରଷ୍ଠା ସୁଦର୍ଶନ ସାହୁଙ୍କ ଜନ୍ମଦିନକୁ ଛେନା ପୋଡ ଦିବସ ଭାବେ ପାଳନ କରାଯାଉଛି ।
ନୟାଗଡ ଜିଲ୍ଲା ଦଶପଲ୍ଲାର ସୁଦର୍ଶନ ସାହୁ ନାମକ ଜଣେ ଛୋଟ ଦୋକାନୀ ୧୯୪୭ ମସିହା ପୂର୍ବରୁ ଛେନା ପୋଡ଼ ପ୍ରସ୍ତୁତ କରୁଥିବାର ପ୍ରମାଣ ରହିଛି। ତାଙ୍କରି ଜନ୍ମ ଦିନକୁ ମନେ ପକାଇବା ପାଇଁ କେବଳ ରାଜ୍ୟ ନୁହେଁ, ସମଗ୍ର ଦେଶରେ ଏପ୍ରିଲ ୧୧ ତାରିଖ ଦିନ ପାଳିତ ହେଉଛି ବିଶ୍ୱ ଛେନା ପୋଡ ଦିବସ। ତେବେ ଛେନା ପୋଡକୁ ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ଦାବି କରାଯାଉଥିଲେ ମଧ୍ୟ ଏଥିରେ ବିଳମ୍ବକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।
ପଖାଳ, ଦହିବରା ଯେମିତି ଓଡ଼ିଆଙ୍କ ହୃଦୟରେ ବିଶେଷ ସ୍ଥାନ ନେଇଛି, ସେମିତି ମିଠା ମଧ୍ୟରେ ଛେନାପୋଡ ଓଡ଼ିଆଙ୍କ ମନରେ ପ୍ରାଣରେ ରହିଛି । ଖାଲି ଓଡ଼ିଆ ନୁହନ୍ତି ବରଂ ଅଣ ଓଡ଼ିଆଙ୍କ ମଧ୍ୟ ଏହା ପ୍ରିୟ ଡେଜଟ ହୋଇଛି ।
Powered by Froala Editor