ପଟିଆର ୩ଟି ମନ୍ଦିରରୁ ଲୁଟ୍
ଭୁବନେଶ୍ୱର : ପଟିଆର ୩ଟି ମନ୍ଦିରର ସିରିଜ୍ ଲୁଟ୍ ହୋଇଥିବା ଶୁକ୍ରବାର ଖବର ସାମ୍ନାକୁ ଆସିଛି। ୩ଟି ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା,ରୁପା, ଅଳଙ୍କାର ସହ ହୁଣ୍ଡି ଭାଙ୍ଗି ଟଙ୍କା ନେଇ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ। ଚୋରି ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଗତକାଲି ରାତିରେ ପଟିଆଗଡ଼ କନକଦୁର୍ଗା ମନ୍ଦିର, ନୀଳକଣ୍ଠେଶ୍ୱର ମନ୍ଦିର ଓ ଶିଖରଚଣ୍ଡି ଗ୍ରାମ ଦେବତୀ ମନ୍ଦିରରୁ ଏହି ଲୁଟ୍ ହୋଇଛି। କନକ ଦୁର୍ଗା ମନ୍ଦିରର ତାଲା ଭାଙ୍ଗି ଦୁର୍ବୃତ୍ତ ମାଆଙ୍କ ସୁନା ମୂର୍ତ୍ତି, ରୁପା ଖଟୁଲି, ମଥା ଟୀକା ନୋଥ ସହ ହୁଣ୍ଡି ବାକ୍ସ ମଧ୍ୟ ନେଇ ଯାଇଥିବା ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଇନଫୋସିଟି ଥାନାରେ ଅଭିଯୋଗ ହୋଇଛି। ନୀଳକଣ୍ଠେଶ୍ୱର ଓ ଶିଖରଚଣ୍ଡି ମନ୍ଦିରରୁ ସୁନା, ରୁପା ଅଳଙ୍କାର ସହ ହୁଣ୍ଡିରୁ ମଧ୍ୟ ଟଙ୍କା ଚୋରି ହୋଇଛି।
Powered by Froala Editor