ମା’ ହେବା ପରେ ଆୱାର୍ଡ ଉତ୍ସବରେ କିଆରା
ମା’ ହେବା ପରେ ପ୍ରଥମ ଥର ପାଇଁ ରେଡ୍ କାର୍ପେଟକୁ ଓହ୍ଲାଇଛନ୍ତି ବଲିଉଡ୍ ଅଭିନେତ୍ରୀ କିଆରା ଆଡ୍ଭାନୀ । ମାତୃତ୍ୱର ନୂତନ ଅନୁଭବକୁ ଉପଭୋଗ କରିବା ପରେ ସେ ଗ୍ଲାମରସ୍ ଅନ୍ଦାଜରେ ଆସି ସଭିଁଙ୍କୁ ଚକିତ କରିଦେଇଛନ୍ତି ।
ଗତ ବର୍ଷ ଜୁଲାଇ ମାସରେ ଶିଶୁକନ୍ୟାକୁ ଜନ୍ମ ଦେବା ପରେ କିଆରା ଅପେକ୍ଷାକୃତ କମ୍ ବ୍ୟବଧାନରେ ବୃତ୍ତିକୁ ଫେରିଛନ୍ତି । ପ୍ରଶଂସକମାନେ ତାଙ୍କର ଏହି କମ୍ବ୍ୟାକକୁ ବହୁତ ପ୍ରଶଂସା କରିବା ସହ ତାଙ୍କୁ ପୁଣିଥରେ ପରଦାରେ ଦେଖିବାକୁ ଉତ୍ସୁକତା ପ୍ରକାଶ କରିଛନ୍ତି ।
ସୂଚନା ଅନୁଯାୟୀ, ମୁମ୍ବାଇର ଏକ ଆୱାର୍ଡ ଉତ୍ସବରେ କିଆରା ଏକ ଷ୍ଟାଇଲିସ୍ ଗାଉନ୍ ପରିଧାନ କରିବା ସହ ଅଳ୍ପ ଅଳଙ୍କାରରେ ବେଶ୍ ଆକର୍ଷଣୀୟ ଦେଖାଯାଇଥିଲେ । ତାଙ୍କ ମୁହଁରେ ଥିଲା ଅଳ୍ପ ହସ । ଏହି ସମୟର ଫଟୋ ଓ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ମାତୃତ୍ୱ ପରେ ଏତେ ସୁନ୍ଦର ଭାବରେ ନିଜକୁ ଉପସ୍ଥାପନ କରି କାର୍ଯ୍ୟ ପ୍ରତି ତାଙ୍କର ଉତ୍ସର୍ଗୀକୃତ ମନୋଭାବକୁ ସେ ପ୍ରକାଶ କରିଛନ୍ତି ।
Powered by Froala Editor