ପରକୀୟା ପ୍ରୀତିରୁ ଯୁବକକୁ ହତ୍ୟା
କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ପିଟାପିଟି ଗାଁ କିଶାନ ସାହିରେ ଜଣେ ଯୁବକଙ୍କୁ ପିଟିପିଟି ମାରିଦିଆଯାଇଛି । ବିଲରୁ ସେହି ଗାଁର ଭାଗିରଥି ପଲେଇଙ୍କ ମୃତଦେହ ମିଳିଛି । କୁହାଯାଉଛି ଜଣେ ମହିଳାଙ୍କ ନାବାଳକ ପୁଅ ଯୁବକଙ୍କୁ ମାରଛି । ଏହା ପଛରେ ପରକୀୟା ପ୍ରୀତି ବୋଲି ସନ୍ଦେହ କରାଯାଉଛି ।
ଶୁକ୍ରବାର ଭାଗିରଥି ତାର କେତେ ଜଣ ସାଙ୍ଗଙ୍କ ସହ ମନୋହରପୁର ହାଇସ୍କୁଲ ପଛପଟେ ମହୁଲି ମଦ ପିଇ ଘରକୁ ପଳାଇଥିଲା । କିନ୍ତୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରେ ନ ପହଞ୍ôଚବାରୁ ଘର ଲୋକ ବ୍ୟସ୍ତ ହୋଇପଡିଥିଲେ । ହେଲେ ଶନିବାର ସାହିର ଜନୈକ ଯୁବକ ଶୌଚ ପାଇଁ ନିକଟସ୍ଥ ଜଙ୍ଗଲ ଆଡେ ଯାଇଥିବା ସମୟରେ ଭାଗିରଥିଙ୍କ କ୍ଷତବିକ୍ଷତ ମୃତଦେହ ଏକ ବିଲରେ ପଡିଥିବାର ଦେଖି ପୁଲିସକୁ ଖବର ଦେଇଥିଲେ ।
ପୁଲିସ ପହଞ୍ôଚ ପାରିପାଶ୍ୱିର୍କ ସ୍ଥିତିକୁ ଅନୁଧ୍ୟାନ କରିଛନ୍ତି । ପରକୀୟା ପ୍ରୀତିକୁ ନେଇ ହତ୍ୟା ହୋଇଥିବା ସୁରାକ ମିଳିବା ପରେ ପୁଲିସ ଜନୈକ ମହିଳା ଏବଂ ତାର ନାବାଳକ ପୁଅ ସମେତ ଅନ୍ୟ କେତେକଙ୍କୁ ନେଇ ଥାନାରେ ପଚରାଉଚୁରା କରିଛି । ନାବାଳକର କହିବା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ହରିଚନ୍ଦନପୁର ପୁଲିସ ପକ୍ଷରୁ ମହୁଲି ମଦ ଚଢଉ ଜାରି ରହିଥିବା ବେଳେ ସେ ସମୟରେ ଭାଗିରଥି ଘଟଣାସ୍ଥଳରେ ଥିଲା । ତେବେ ପୁଲିସ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ପଳାଇ ଆସିବା ପରେ ଭାଗିରଥି ମହିଳାଙ୍କ ଘର ନିକଟରେ ଲୁଚି ରହିଥିଲା । ରାତି ପାଖାପାଖି ୯ଟାରେ ନାବାଳକ ବାହାରକୁ ଗଲା ବେଳକୁ ଭାଗିରଥି ସେଠାରେ ଥିବା ଦେଖି ରାଗରେ କାଠ ଫାଳିଆରେ ତାକୁ ବାଡେଇଥିଲା । ଭାଗିରଥି ଧାଉଥିବା ବେଳେ କାଠଫାଳିଆରେ ନାବାଳକ ଗୋଡାଇ ଗୋଡାଇ ପିଟିଥିଲା । ବିଲ ମଝିରେ ସେ ପଡିଯିବା ପରେ ନାବାଳକ ଜଣକ ସେଠାରୁ ପଳାଇଥିବା କହିଛି ।
Powered by Froala Editor