ରାଜ୍ଙ୍କ ଉପରେ ବର୍ଷିଲେ ଶିଳ୍ପା, କହିଲେ: ଏତେ ଖରାପ କାମ କରୁଥିଲ, ମୁଁ ଜାଣି ନଥିଲି ?
ଅଶ୍ଳୀଳ ଫିଲ୍ମ ମାମଲରେ ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯାଇଛି। ଆଜି ତାଙ୍କ ରିମାଣ୍ଡ ସରିଥିବା ବେଳେ ତାଙ୍କୁ ପୁଣି ଜେଲ୍କୁ ପଠାଇ ଦିଆଯାଇଛି। ତେବେ ଏହି କେଶ୍ରେ ଅଧିକ ଖପ୍ପା ହୋଇଛନ୍ତି ଶିଳ୍ପା ସେଟ୍ଟୀ । ରାଜ କୁନ୍ଦ୍ରାଙ୍କୁ ଧରି କ୍ରାଇମବ୍ରାଞ୍ଚ ଟିମ୍ ତାଙ୍କ ଘରେ ପହଞ୍ଚିଥିବାବେଳେ ଶିଳ୍ପା ରାଜଙ୍କ ଉପରେ ଖୁବ୍ ବର୍ଷିଥିଲେ । ରାଗରେ ଜୋରରେ ପାଟି କରିଥିଲେ ଓ କାନ୍ଦିଥିଲେ । କାନ୍ଦି କାନ୍ଦି ସେ କୁନ୍ଦ୍ରାଙ୍କୁ କହିଥିଲେ, ପରିବାରର ନାଁ ବଦନାମ କରିଦେଲ । ତୁମ ପାଇଁ ସବୁକିଛି ବର୍ବାଦ ହୋଇଗଲା । ସବୁ ବିଜନେସ୍ ଡିଲ୍ ହାତରୁ ଗଲା । ଏତେ ଖରାପ କାମ କରୁଥିଲ, କିନ୍ତୁ ମତେ କହି ନଥିଲ। ମୁଁ ଜାଣି ନଥିଲି। ଏମିତି କାହିଁକି କଲ?
ରାଜ ଶିଳ୍ପାଙ୍କ ପ୍ରଶ୍ନରେ ସଫେଇ ଦେଇଥିଲେ। ସେ କହିଥିଲେ, ମୁଁ ସମ୍ପୂର୍ଣ୍ଣ ନିର୍ଦ୍ଦୋଶ। ମୋତେ ଫସାଇ ଦିଆଯାଉଛି। ଏହି କେସ୍ର କୌଣସି ଆଧାର ନାହିଁ। ମୁଁ ଯେଉଁ ଭିଡିଓ ତିଆରି କରିଥିଲେ, ତାହା ପର୍ଣ୍ଣ ନୁହେଁ ଇରୋଟିକ୍।
ସୂଚନାଯୋଗ୍ୟ, ଅଶ୍ଳୀଳ ଫିଲ୍ମ ମାମଲରେ ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ଶିଳ୍ପା ସେଟ୍ଟୀଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। ଯେଉଁଦିନ ରାଜ୍ କୁନ୍ଦ୍ରାଙ୍କୁ ନେଇ ତଦନ୍ତକାରୀ ଟିମ୍ ତାଙ୍କ ଘରକୁ ଯାଇଥିଲା ସେହିଦିନ ଶିଳ୍ପାଙ୍କୁ ପଚରାଉଚରା କରାଯାଇଥିଲା। ତେବେ ଅଧିକ ତଥ୍ୟ ହାସଲ କରିବା ପାଇଁ କ୍ରାଇମ୍ବ୍ରାଞ୍ଚ ରାଜ କୁନ୍ଦ୍ରାଙ୍କୁ ନେଇ ତାଙ୍କ ଘରକୁ ଯାଇଥିଲା। ସେହି ସମୟରେ ଶିଳ୍ପାଙ୍କର ଏହି ରୂପ ଦେଖିବାକୁ ମିଳିଥିଲା । ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। କ୍ରାଇମ୍ବ୍ରାଞ୍ଚ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ମୁତାବକ, ରାଜ୍ଙ୍କୁ ଦେଖି ଜୋରରେ ପାଟି କରିବା ସହ ଶିଳ୍ପା କାନ୍ଦି ପକାଇଥିଲ। ରାଜଙ୍କୁ କହିଥିଲେ, ‘ତୁମ ପର୍ଣ୍ଣ କେସ୍ ପରିବାରର ନାଁ ବଦନାମ କରିଦେଲା।’
Powered by Froala Editor