ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ
ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ ପ୍ରାୟ ୧୦ ଦୋକାନ ଜଳିଯାଇଥିବା ବେଳେ ସେଥିମଧ୍ୟରୁ ୩ଟି ଦୋକାନ ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି।
ସୂଚନା ଅନୁସାରେ କଟକ ସ୍ଵିଟ୍ସ୍ ମିଠା ଦୋକାନରେ ଗ୍ୟାସରେ ବସାଇ ମିଠା ଓ ଅନ୍ୟ ଖାଇବା ଜିନିଷ ତିଆରି କରୁଥିବା ବେଳେ ଗ୍ୟାସ ବିସ୍ଫୋରଣ ହୋଇଥିଲା। ଯାହା ଫଳରେ ମିଠା ଦୋକାନ ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଥିବା ବେଳେ ଆଖପାଖରେ ଥିବା ପ୍ରାୟ ୨୦ରୁ ଉର୍ଦ୍ଧ୍ବ ଦୋକାନ ଜଳୁଥିବା ଦେଖା ଦେଇଛି। ଘଟଣା ସ୍ଥଳରେ ବନ୍ତଳା ଦମକଳ ବାହୀନି ପହଞ୍ଚି ନିଆଁକୁ ଆୟତ୍ତ କରୁଥିବା ସୂଚନା ମିଳିଛି।
ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀକୁ ନାକେଦମ ହେବାକୁ ପଡ଼ିଥିଲା। ବନ୍ତଳା, ଅନୁଗୋଳ (୨ଟି), ବଅଁରପାଳ ଏବଂ ଜିନ୍ଦଲ କାରଖାନାରୁ ମୋଟ ୫ଟି ଦମକଳ ଗାଡ଼ି ଓ ୨୫ ଜଣ କର୍ମଚାରୀ ଏଥିରେ ନିୟୋଜିତ ହୋଇଥିଲେ।
Powered by Froala Editor