ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର କପଡା ଜଳି ପୋଡ଼ି ପାଉଁଶ
କେନ୍ଦୁଝର: ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର କପଡା ସାମଗ୍ରୀ ଜଳି ପୋଡ଼ି ପାଉଁଶ ହୋଇଛି। କେନ୍ଦୁଝର ଜିଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ୱାର୍ଡ଼ ନମ୍ବର୍ ୬ରେ ଥିବା ବଡ଼ବିଲ ର କପଡା ବ୍ୟବସାୟୀଙ୍କ ଘରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ଗୁରୁବାର ଭୋର୍ ପ୍ରାୟ ୪.୩୫ମିନିଟ୍ ସମୟରେ ବଡ଼ବିଲ ଅଗ୍ନିଶମ ବିଭାଗକୁ ନିଆଁ ଲାଗିଥିବା ସୂଚନା ମିଳିବା ପରେ, ଅଗ୍ନିଶମ ବାହିନୀର କର୍ମଚାରୀ ତୁରନ୍ତ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ କରିଥିଲେ । ।
Powered by Froala Editor