୫ଦିନ ମଧ୍ୟରେ ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା
ଭୁବନେଶ୍ୱର: କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଜିଲାରେ ଶୀତ ଅନୁଭୂତ ହେଉଛି। ବାକି ଅଞ୍ଚଳଗୁଡ଼ିକରେ ଶୀତ କମିଛି। ଆଗକୁ ଆହୁରି ଶୀତ ପ୍ରକୋପ କମିବ। କାରଣ ଆସନ୍ତା ୫ଦିନ ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବା ସମ୍ଭାବନା ରହିଛି। ଫଳସ୍ବରୂପ ପାହାଡ଼ିଆ ଏବଂ ସମତଳ ଅଞ୍ଚଳଗୁଡ଼ିକରେ ଶୀତ ପ୍ରକୋପ କମିବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗର ଆକଳନରୁ ସ୍ପଷ୍ଟ ହୋଇଛି।
ଗତ ୨୪ଘଣ୍ଟାରେ ଘୁ.ଉଦୟଗିରିରେ ପାରଦ ୭.୩ ଡିଗ୍ରୀ ଥିବାବେଳେ ଫୁଲବାଣୀରେ ୧୦.୫, ଦାରିଙ୍ଗବାଡ଼ିରେ ୧୨.୫, ସେମିଳିଗୁଡ଼ାରେ ୧୦.୫, ରାଉରକେଲାରେ ୧୦.୭, ସୁନ୍ଦରଗଡ଼ରେ ୧୨.୮, ଝାରସୁଗୁଡ଼ାରେ ୧୧.୨, ଭୁବନେଶ୍ବରରେ ୧୬.୧ ଏବଂ କଟକରେ ୧୫.୬ ଡିଗ୍ରୀ ରହିଛି।
Powered by Froala Editor