ମହାରାଷ୍ଟ୍ର ନିର୍ବାଚନ: ୨୯ଟି ପୌରନିଗମ ନିର୍ବାଚନ ପାଇଁ ହେଉଛି ଭୋଟ ଗ୍ରହଣ
ମୁମ୍ବଇ: ମହାରାଷ୍ଟ୍ରର ୨୯ଟି ପୌରନିଗମ ନିର୍ବାଚନ ପାଇଁ ଆଜି ଭୋଟ ଗ୍ରହଣ କରାଯାଉଛି । ସକାଳ ୭ଟା ୩୦ରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟା ୩୦ ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ଏଥିରେ ୩.୪୮କୋଟି ଭୋଟର ମତଦାନ କରିବେ। ଏହିସବୁ ପୌର ନିଗମରେ ମୋଟ ୧୫,୯୩୧ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଏହି ନିର୍ବାଚନରେ ଶାସକ ମହାୟୁତି ମେଣ୍ଟର ତିନି ଦଳ ଅଲଗା ଅଲଗା ହୋଇ ନିର୍ବାଚନ ଲଢୁଛନ୍ତି। ସେମାନଙ୍କ ମଧ୍ୟରେ ମେଣ୍ଟ ହୋଇ ନାହିଁ। ସେହିପରି ବିରୋଧୀ ମହାବିକାଶ ଅଘାଡିର କଂଗ୍ରେସ, ଏନସିପି (ଏସ୍ପି) ଓ ଶିବସେନା (ୟୁବିଟି) ମଧ୍ୟରେ ମେଣ୍ଟ ହୋଇ ନାହିଁ। ଶିବସେନା (ୟୁବିଟି) ମହାରାଷ୍ଟ୍ର ନବନିର୍ମାଣ ସେନା ସହିତ ମେଣ୍ଟ କରିଛି।
Powered by Froala Editor