ଅଦାଲତଙ୍କ ନିର୍ଦ୍ଦେଶ, ମଞ୍ଚକୁ ଚଢ଼ି ପାରିବେନି ପୀୟୁଷ
ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ କୋର୍ଟରୁ ବଡ଼ ଝଟ୍କା ଲାଗିଛି। ଏକ ଯାତ୍ରା ପାର୍ଟି ସହିତ ଚୁକ୍ତି ଖିଲାପ ଅଭିଯୋଗ ମାମଲାରେ କୋର୍ଟ ତାଙ୍କ ଉପରେ ରୋକ୍ ଲଗାଇଛନ୍ତି। ଭୁବନେଶ୍ୱର ସିଭିଲ ଜଜ୍ଙ୍କ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସେ ମଞ୍ଚକୁ ଚଢ଼ିପାରିବେନି ବୋଲି ନିର୍ଦ୍ଦେଶ ରହିଛି । ଯାତ୍ରା ପାଟି ସହ ଚୁକ୍ତି ଖିଲାପି ମାମଲାରେ ଏହି ରୋକ ଲଗାଇଛନ୍ତି ଅଦାଲତ । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ପରବର୍ତ୍ତୀ ଶୁଣାଣି ନହେବା ପର୍ଯ୍ୟନ୍ତ ଅଭିନେତା ପୀୟୂଷ ତ୍ରିପାଠୀ ମଞ୍ଚ ଚଢ଼ିପାରିବେ ନାହିଁ।
ଉଲ୍ଲେଖଯୋଗ୍ୟ ଯେ, ଦୀର୍ଘ ପ୍ରାୟ ଏକ ବର୍ଷ ପରେ ପୀୟୂଷ ଗତ ଜାନୁଆରୀ ୫ ତାରିଖରେ ପୁଣିଥରେ ମଞ୍ଚକୁ ଫେରିଥିଲେ। ସେ ସିଂହବାହିନୀ ଯାତ୍ରା ପାର୍ଟିର ନାଟକ ‘ତୁ ମୋ ବଜରଙ୍ଗୀ’ରେ ଅଭିନୟ କରି ନିଜର ପ୍ରତ୍ୟାବର୍ତ୍ତନ କରିଥିଲେ, କିନ୍ତୁ ଏବେ କୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କର ଯାତ୍ରା ଅଭିନୟ ଉପରେ ରୋକ୍ ଲାଗିଛି।
ସୂର୍ଯ୍ୟମନ୍ଦିର ମାଲିକ ସମୀର କୁମାର ତ୍ରିପାଠୀ ଗତ ୬ ତାରିଖରେ ଅଦାଲତରେ ପିଟିସନ ଦାଖଲ କରିଥିଲେ । ପିଟିସନରେ ଉଲ୍ଲେଖ ଥିଲା ଯେ, ୨୦୨୪ ଜୁନ ୧୫ ତାରିଖରୁ ୨୦୨୬ ଜୁନ ୧୪ ଯାଏ ପୀୟୁଷ ତାଙ୍କ ଯାତ୍ରାପାର୍ଟିରେ ଅଭିନୟ କରିବେ ବୋଲି ଚୁକ୍ତି ହୋଇଥିଲା । ଚୁକ୍ତି ଅନୁସାରେ ତାଙ୍କୁ ୪୦ ଲକ୍ଷ ଟଙ୍କା ବାର୍ଷିକ ପାଉଣା ଦିଆଯିବ । ଅଭିନୟ ବାବଦକୁ ସୂର୍ଯ୍ୟମନ୍ଦିର ଯାତ୍ରାପାର୍ଟି ପକ୍ଷରୁ ଅଗ୍ରୀମ ମଧ୍ୟ ଦିଆଯାଇଥିଲା ।
Powered by Froala Editor