ଭାରତକୁ ଫେରିଲା ବୁଦ୍ଧଙ୍କ ଅବଶେଷ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭଗବାନ ବୁଦ୍ଧଙ୍କ ସହ ଜଡି଼ତ ପବିତ୍ର ପିପରହୱା ଅବଶେଷର ଭବ୍ୟ ପ୍ରଦର୍ଶନୀକୁ ଉଦ୍ଘାଟନ କରିଛନ୍ତି । ବୁଦ୍ଧଙ୍କ ପବିତ୍ର ଅବଶେଷ କେବଳ କଳାକୃତି ନୁହେଁ, ବରଂ ଭାରତର ପବିତ୍ର ଐତିହ୍ୟର ଅଂଶବିଶେଷ।
୧୮୯୮ରେ ଆବିଷ୍କୃତ ପିପରହଓ୍ବା ରତ୍ନ ୧୨୭ ବର୍ଷ ପରେ ଭାରତ ଫେରିଥିବାବେଳେ ନୂଆଦିଲ୍ଲୀରେ ଏହାର ପ୍ରଦର୍ଶନ ପାଇଁ ବିଶାଳ ଅନ୍ତର୍ଜାତୀୟ ପ୍ରଦର୍ଶନୀକୁ ଉଦ୍ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି।
ଦକ୍ଷିଣ ଦିଲ୍ଲୀର କିଲା ରାୟ ପିଥୋରା ସାଂସ୍କୃତିକ ପରିସରରେ ‘ଦ ଲାଇଟ୍ ଆଣ୍ଡ ଦ ଲୋଟସ୍ : ରେଲିକ୍ସ ଅଫ୍ ଆୱେକେନ୍ଡ ୱାନ୍’ ନାମକ ଏହି ପ୍ରଦର୍ଶନୀର ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭଗବାନ୍ ବୁଦ୍ଧଙ୍କ ସହ ଜଡ଼ିତ ଅବଶେଷକୁ ଆମ ମଧ୍ୟରେ ପାଇ ଆମେ ଧନ୍ୟ । ଆଜିଠାରୁ ଭାରତୀୟ ଜନସମାଜ ଭଗବାନ ବୁଦ୍ଧଙ୍କ ଏହି ପବିତ୍ର ଅବଶେଷ ଦର୍ଶନ କରିପାରିବେ । ଭଗବାନ ବୁଦ୍ଧଙ୍କ ଆଶୀର୍ବାଦ ନେଇପାରିବେ ।
କାର୍ଯ୍ୟକ୍ରମରେ ବୌଦ୍ଧ ବିଦ୍ୱାନ, କୂଟନୀତିଜ୍ଞ ଓ ଅନ୍ୟାନ୍ୟ ଅତିଥି ଯୋଗ ଦେଇଥିଲେ। ଦୀର୍ଘବର୍ଷର ପ୍ରତୀକ୍ଷା ପରେ ଭାରତର ଐତିହ୍ୟ ଫେରିଛି ଓ ଭାରତ ଏହାର ପବିତ୍ର ଲିଗାସୀକୁ ଫେରିପାଇଛି। ଏହାକୁ ଫେରାଇ ଆଣିବାରେ ଗୋଦରେଜ୍ ଗ୍ରୁପ୍ର ଅବଦାନକୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।
Powered by Froala Editor