ଖୋଲିଲା ଶିଖରଚଣ୍ଡୀ ପୀଠ, ମାଙ୍କ ଦର୍ଶନ ସହ ଭୋଜିଭାତ ପାଇଁ ମିଳିଲା ଅନୁମତି
ଭୁବନେଶ୍ଵର: ପର୍ୟ୍ୟଟକଙ୍କ ପାଇଁ ଖୁସି ଖବର। ଶିଖରଚଣ୍ଡୀ ଛାଡ଼ି ଭରତପୁର ଫେରିଲେ ଦୁଇ ଦନ୍ତା ହାତୀ। ପାହାଡ଼ରୁ ଦନ୍ତା ଚାଲିଯିବା ପରେ ଖୋଲିଲା ଶିଖରଚଣ୍ଡୀ ପୀଠ। ମାଙ୍କ ଦର୍ଶନ ସହ ଭୋଜିଭାତ ପାଇଁ ପର୍ୟ୍ୟଟକଙ୍କୁ ମିଳିଲା ଅନୁମତି। ରାତି ସାରା ବନ ବିଭାଗ ହାତୀଙ୍କୁ ଘଉଡ଼ାଇବାରୁ ସୋମବାର ଭୋର୍ ୫ଟାରେ ଦୁଇ ଦନ୍ତା ଭରତପୁର ଜଙ୍ଗଲକୁ ଫେରିଛନ୍ତି।
ଗତ ୫ ଦିନ ହେବ ଭରତପୁର ଜଙ୍ଗଲରୁ ୭ଟିକିଆ ହାତୀ ପଲ ଶିଖରଚଣ୍ଡୀ ମୁଣ୍ଡିଆକୁ ପଳାଇ ଆସିଥିଲେ । ସେମାନଙ୍କ ମଧ୍ୟରୁ ୨ଟି ହାତୀ ମୁଣ୍ଡିଆ ଉପରେ ରହି ଯାଇଥିଲେ। ବନ ବିଭାଗର ଉଦ୍ୟମ ସତ୍ତ୍ଵେ ସେମାନେ ଫେରୁ ନଥିଲେ। ଫଳରେ ବନ ବିଭାଗର ଚନ୍ଦକା ଓ ଭୁବନେଶ୍ୱର ଟିମ୍ ଡ୍ରୋନ୍ ସାହଯ୍ୟରେ ହାତୀକୁ ଟ୍ରାକିଂ କରିଥିଲେ। ସ୍ପେଶାଲ ଗ୍ରୁପ୍ ହୋଇ ହାତୀକୁ ଖୋଜା ଖୋଜି କରିଥିଲେ । ତଥାପି ଦନ୍ତା ୨ଟି ବୋଲ ମାନି ନଥିଲେ । ଗର୍ଜନ କରି ଜଙ୍ଗଲ ଭିତରକୁ ପଶିଯାଇଥିଲେ । ଅନ୍ୟପଟେ ପର୍ୟ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ହାତୀଙ୍କୁ ନଘଉଡ଼ାଇଲା ପର୍ୟ୍ୟନ୍ତ ଶିଖରଚଣ୍ଡୀ ପୀଠ ବନ୍ଦ ରଖାଯାଇଥିଲା। ପର୍ୟ୍ୟଟକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲାଗିଥିଲା।
ଗତକାଲି ରାତି ତମାମ ବନ ବିଭାଗ ହାତୀଙ୍କୁ ଘଉଡ଼ାଇଥିଲା। ଆଜି ଭୋର୍ ୫ଟା ବେଳେ ଦୁଇ ଦନ୍ତା ହାତୀ ଭରତପୁର ଜଙ୍ଗଲକୁ ଫେରିଛନ୍ତି। ଏହାପରେ ପର୍ୟ୍ୟଟକଙ୍କ ପାଇଁ ଶିଖରଚଣ୍ଡୀ ପୀଠ ଖୋଲିଛି।
Powered by Froala Editor