ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କୁ ପ୍ରଶଂସା କରି ପ୍ରେରଣା ବୋଲି କହିଲେ ମୋଦି
ଭୁବନେଶ୍ୱର: ବର୍ଷର ଶେଷ ମନ କି ବାତ୍ କାର୍ୟ୍ୟକ୍ରମରେ ସମ୍ବୋଧନ କରିଛନ୍ତି ମୋଦି । ଓଡିଶାର ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କୁ ପ୍ରଶଂସା କରି ପ୍ରେରଣା ବୋଲି କହିଛନ୍ତି ମୋଦି । ସ୍ୱାଧୀନତା ସଂଗ୍ରାମରେ ପାର୍ବତୀ ଗିରିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ୧୬ ବର୍ଷରେ ପାର୍ବତୀ ଗିରି ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ । ୨୦୨୬ରେ ପାର୍ବତୀ ଗିରିଙ୍କ ଜନ୍ମ ଶତାବ୍ଦୀ ପାଳନ କରାଯିବ । ସମାଜସେବା ଓ ଜନକଲ୍ୟାଣକାରୀ କାର୍ୟ୍ୟରେ ନିଜକୁ ସମର୍ପିତ କରିଥିଲେ । ପାର୍ବତୀ ଗିରି ବହୁତ ଅନାଥ ଆଶ୍ରମ ତିଆରି କରିଥିଲେ । ତାଙ୍କ ଜୀବନଶୈଳୀ ସବୁ ପିଢିଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି କହିଛନ୍ତି ।
କାର୍ୟ୍ୟକ୍ରମକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି ଯେ, ଆଉ କିଛି ଦିନ ପରେ ୨୦୨୬ ବର୍ଷ ଆସିବ । ଆଜି ମୁଁ ଆପଣଙ୍କ ସହିତ କଥା ହେବା ସମୟରେ, ଏକ ସମ୍ପୂର୍ଣ୍ଣ ବର୍ଷର ସ୍ମୃତି ମୋ ମନରେ ଆସୁଛି । ଅନେକ ଫଟୋ, ଅନେକ ଆଲୋଚନା, ଅନେକ ସଫଳତା ଯାହା ଦେଶକୁ ଏକତ୍ର କରିଥିଲା । ୨୦୨୫ ଆମକୁ ଅନେକ ମୁହୂର୍ତ୍ତ ଦେଇଥିଲା ଯାହା ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଛି । 'ଅପରେସନ ସିନ୍ଦୂର' ଭାରତୀୟଙ୍କ ଗର୍ବର ପ୍ରତୀକ । ଶତ୍ରୁକୁ କଡ଼ା ଜବାବ ମିଳିଛି । ଭାରତର ବଡ଼ ଶକ୍ତି ଯୁବଶକ୍ତି । ୧୨୯ ତମ ମନ୍ କି ବାତରେ ସମ୍ବୋଧନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ।
Powered by Froala Editor