ପୁଲିସ-ମାଓବାଦୀ ବିନିମୟ, ୨ ମାଓବାଦୀ ନିହତ
ବାଲିଗୁଡା: କନ୍ଧମାଳ ଜିଲା କୋଟଗଡ ଥାନା ଜଙ୍ଗଲାଞ୍ଚଳରେ ବୁଧବାର ରାତିରେ ପୁଲିସ ସହ ଗୁଳି ବିନିମୟରେ ୨ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କଠାରୁ କିଛି ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। କୋଟଗଡ ଥାନା ଅନ୍ତର୍ଗତ ଜଙ୍ଗଲାକୁ ଜିଲା ପୁଲିସର ସଶସ୍ତ୍ର ବାହିନୀ ଅଭିଯାନରେ ଯାଇଥିବା ବେଳେ ବୁଧବାର ରାତି ପ୍ରାୟ ୯ଟା ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ।
ମାଓବାଦୀମାନେ ପ୍ରଥମେ ପୁଲିସ ଉପରକୁ ଗୁଳି ଚଳାଇଥିଲେ । ପୁଲିସର ପାଲଟା ଜବାବରେ ୨ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି।
Powered by Froala Editor