ଚିଲିକା ନୂଆ ମୁହାଣରେ ବୁଡ଼ିଗଲେ ପର୍ଯ୍ୟଟକ
ଚିଲିକାରେ ବୁଡ଼ି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି। ନୂଆ ମୁହାଣରେ ପର୍ଯ୍ୟଟକ ଗାଧୋଇଵା ବେଳେ ଭାସି ଯାଇ ମୃତ୍ୟୁ ହୋଇଛି । ଅଗ୍ନିଶମ ବାହିନୀ ମୃତଦେହକୁ ଉଦ୍ଧାର କରି କୂଳକୁ ଆଣିଛି। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରିଥିଲେ। ବାଘମୁଣ୍ଡା କୂଳରୁ ଉକ୍ତ ପର୍ଯ୍ୟଟକଙ୍କ ମୃତଦେହକୁ ଅଗ୍ନିଶମ ବାହିନୀ ଜବତ କରିଛି। ବ୍ରହ୍ମଗିରି ପୁଲିସ ପହଂଚି ଶବ ଜବତ କରିଛି ।
ଖବର ଅନୁଯାୟୀ ଭୁବନେଶ୍ୱରର ଏକ ଘରୋଇ କମ୍ପାନୀର ୧୫ ଜଣ କର୍ମଚାରୀ ଚିଲିକା ବୁଲିବାକୁ ଆସିଥିଲେ । ସେମାନେ ସମସ୍ତେ ବାଘମୁଣ୍ଡା ଜେଟିରୁ ୨ଟି ଡ଼ଙ୍ଗାରେ ଚିଲିକା-ସମୁଦ୍ର ମିଳନ ସ୍ଥଳ ନୂଆ ମୁହାଣ ବୁଲିବାକୁ ଯାଇଥିଲେ । ସେଠାରେ ମୁହାଣରେ ଗାଧୋଇଵାବେଳେ ଝାଡ଼ଖଣ୍ଡର କୁଶଗ୍ର ଦିବ୍ୟ ନାମକ ଜଣେ ପର୍ଯ୍ୟଟକ ମୁହାଣ ସ୍ରୋତରେ ଭାସି ଯାଇଥିଲେ।ଏନେଇ ବ୍ରହ୍ମଗିରି ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ପହଂଚି ଖୋଜାଖୋଜି କରି ଶବ ଉଦ୍ଧାର କରିଛି ।
Powered by Froala Editor