ଷ୍ଟାଚ୍ୟୁ ଅଫ୍ ଇକ୍ବାଲିଟି ପରିଦର୍ଶନ କରି ଜଗଦଗୁରୁ ରାମାନୁଜାଚାର୍ଯ୍ୟଙ୍କ ଆଶୀର୍ବାଦ ଲାଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଦୁଇଦିନିଆ ନିବେଶକ ସମ୍ମିଳନୀରେ ଯୋଗଦେବା ପାଇଁ ହାଇଦ୍ରାବାଦ ଯାଇଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ସେଠାରେ ଥିବା ଷ୍ଟାଚ୍ୟୁ ଅଫ୍ ଇକ୍ବାଲିଟି ପରିଦର୍ଶନ କରି ଜଗଦଗୁରୁ ରାମାନୁଜାଚାର୍ଯ୍ୟଙ୍କ ଆଶୀର୍ବାଦ ଲାଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଅବସରରେ ଶ୍ରୀ ଶ୍ରୀ ତ୍ରିଦାନ୍ଦି ଅହୋବିଲା ରାମାନୁଜ ଜୀଆର ସ୍ବାମୀଙ୍କ ଦ୍ବାରା ଲିଖିତ ଶ୍ରୀ ରାମାନୁଜଚାର୍ଯ୍ୟଙ୍କ ଓଡ଼ିଆ ଭଜନର ଲୋକାର୍ପଣ କରିଥିଲେ।
ମୁଖ୍ୟମନ୍ତ୍ରୀ କହିଲେ, ଷ୍ଟାଚ୍ୟୁ ଅଫ୍ ଇକ୍ବାଲିଟି କେବଳ ଭାରତର ଆଧ୍ୟାତ୍ମିକ ଯାତ୍ରାର ଏକ ଅଂଶ ନୁହେଁ ବରଂ ସାମାଜିକ ସମାନତାର ମୂଲ୍ୟବୋଧ।
Powered by Froala Editor