ମାଆ ହେବାକୁ ଯାଉଛନ୍ତି ଅର୍ଚ୍ଚିତା
ଓଲିଉଡ ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଖୁସି ଖବର ଦେଇଛନ୍ତି । ମାଆ ହେବାକୁ ଯାଉଛନ୍ତି ଅଭିନେତ୍ରୀ ଅର୍ଚ୍ଚିତା ସାହୁ । ସୋସିଆଲ ମିଡିଆରେ ସ୍ପେସାଲ ଭିଡିଓ ସେୟାର କରି ସେମାନଙ୍କ ଫ୍ୟାନ୍ସଙ୍କୁ ଖୁସି ଖବର ଦେଇଛନ୍ତି । ବିବାହର ୫ ବର୍ଷ ପରେ ଉଭୟ ପ୍ରଥମ ସନ୍ତାନର ପିତାମାତା ହେବାକୁ ଯାଉଛନ୍ତି । ଏହି ଖବର ଆସିବା ମାତ୍ରେ ଫ୍ୟାନ୍ସ ସମେତ ସେଲିବ୍ରିଟି ଦମ୍ପତିଙ୍କୁ ଶୁଭକାମନା ଜଣାଉଛନ୍ତି ।
ଲିଙ୍ଗରାଜ ମନ୍ଦିର ନିକଟରେ ଛିଡା ହୋଇ ଉଭୟେ ଏକ ଭିଡିଓ ସେୟାର କରି ଏନେଇ ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି । ଦୁହିଁଙ୍କ ବିବାହକୁ ୫ ବର୍ଷ ହୋଇଥିବା ବେଳେ ପ୍ରଥମ ସନ୍ତାନର ମାଆ ହେବାକୁ ଯାଉଛନ୍ତି ଅର୍ଚ୍ଚିତା ସାହୁ । ଉଭୟ ମନ୍ଦିର ଆଡ଼କୁ ଚାହିଁ ଛିଡା ହୋଇଛନ୍ତି । ହାତରେ ଦୁଇ ଜୋତା ଧରିଥିବାର ନଜର ଆସିଛନ୍ତି । ଏହି ଭିଡ଼ିଓ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ''ଏକ ସୁନ୍ଦର ସିକ୍ରେଟ୍ କଥା ବାଣ୍ଟୁଛୁ ।'' ଏହା ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓରେ ସବ୍ୟଙ୍କ ପ୍ରଶଂସକ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି । ବଲିଉଡ଼ର ବହୁ କଳାକାର ମଧ୍ୟ ସବ୍ୟର୍ଚ୍ଚିତାଙ୍କୁ ଶୁଭକାମନା ଜଣାଇଛନ୍ତି ।
୨୦୨୧ ମସିହା ମାର୍ଚ୍ଚ ୧ ତାରିଖ ଦିନ ସବ୍ୟସାଚୀ ମିଶ୍ର ଏବଂ ଅର୍ଚ୍ଚିତା ସାହୁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ୨୦୦୮ ମସିହାରେ ସବ୍ୟ ସୀମା ମିଶ୍ରଙ୍କୁ ବିବାହ କରିଥିଲେ । କିନ୍ତୁ କୌଣସି କାରଣ ଯୋଗୁଁ ୨୦୧୫ ମସିହାରେ ବିବାହ ବିଚ୍ଛେଦ ହୋଇଥିଲେ । ଏହାପରେ ଅର୍ଚ୍ଚିତା ସହ ପ୍ରେମରେ ପଡି ଦୁହେଁ ୨୦୨୧ ମସିହାରେ ବିବାହ କରିଥିଲେ ।
Powered by Froala Editor