କୁହୁଡି ପାଇଁ ୩ ମାସ ବନ୍ଦ ରହିବ ଟ୍ରେନ
ଶୀତରତୁ ଆସିବା ସହ ରାତିରେ କୁହୁଡିର ମାତ୍ରା ବଢିବାରେ ଲାଗିଛି। ଏହି କୁହୁଡିକୁ ଆଖି ଆଗରେ ରଖି ରେଳବାଇ ପକ୍ଷରୁ ଗୁରୁତ୍ୱପୂର୍ଣ ନିଷ୍ପତ୍ତି ନିଆଯାଇଛି। ଚନ୍ଦୌସୀ ଦେଇ ଯାଉଥିବା ତିନି ଯୋଡ଼ା ଟ୍ରେନ୍ କୁ ବାତିଲ କରାଯାଇଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀରୁ ବରେଲି, ମୋରାଦାବାଦ ରୁ ବରେଲି ପାସେଞ୍ଜର ଏବଂ କାମାକ୍ଷାରୁ ଆନନ୍ଦ ବିହାର ଟର୍ମିନାଲ ଏକ୍ସପ୍ରେସକୁ ବାତିଲ କରାଯାଇଛି।
ଷ୍ଟେସନ୍ ସୁପରିଣ୍ଟେଣ୍ଡେଣ୍ଟ ରାଜୁ କୁମାର କହିଛନ୍ତି ଯେ, ଟ୍ରେନ୍ ବନ୍ଦ ହେବାଫଳରେ ସ୍ଥାନୀୟ ଯାତ୍ରୀମାନଙ୍କ ପାଇଁ ବହୁତ ସମସ୍ୟା ସୃଷ୍ଟି କରିଥାଏ। କିଛି ଦିନ ପୂର୍ବରୁ ଯାତ୍ରୀମାନେ ଏ ସମ୍ପର୍କରେ ଏକ ସ୍ମାରକପତ୍ର ଦାଖଲ କରିଥିଲେ, ଯାହାକୁ ଡିଭିଜନକୁ ପଠାଯାଇଛି। କିନ୍ତୁ ଶୀତଦିନେ କୁହୁଡ଼ି ରେଳ ଚଳାଚଳକୁ ପ୍ରଭାବିତ କରେ, ଯାହା ଫଳରେ ଟ୍ରେନ୍ ବାତିଲ ହୋଇଥାଏ। ତେଣୁ ଟ୍ରେନ ବାତିଲ ହେବାର ଆଶା କମ ରହିଛି।
ତେବେ ଡିସେମ୍ବର ୧ ରୁ ଫେବୃଆରୀ ୨୮ ପର୍ଯ୍ୟନ୍ତ ଏହି ସବୁ ଟ୍ରେନକୁ ବାତିଲ କରାଯାଇଛି। ଏହି ଟ୍ରେନଗୁଡ଼ିକ ବନ୍ଦ ହେବା ଯୋଗୁଁ ବରେଲି ଅଭିମୁଖେ ଯାତ୍ରା କରୁଥିବା ଯାତ୍ରୀମାନେ ସବୁଠାରୁ ଅଧିକ ଅସୁବିଧାର ସମ୍ମୁଖୀନ ହେବେ। ଏହି ଟ୍ରେନକୁ ଛାଡିଦେଲେ ଚନ୍ଦୌସୀ ଏବଂ ବରେଲି ମଧ୍ୟରେ ସାଧାରଣ ଟିକେଟରେ ଯାତ୍ରା ପାଇଁ କୌଣସି ଟ୍ରେନ ଉପଲବ୍ଧ ନାହିଁ।
Powered by Froala Editor