ପାଠପଢ଼ାରେ ମଧ୍ୟ ବାଦଶାହା ଶାହରୁଖ ଖାନ
ଶାହରୁଖ ଖାନ କେବଳ ଅଭିନୟରେ ବାଦଶାହା ନୁହେଁ ବରଂ ପାଠପଢ଼ାରେ ମଧ୍ୟ । ତାଙ୍କ କଲେଜ ମାର୍କସିଟ୍ ଏହାର ଉତ୍ତର ଦେଉଛି । ସମ୍ପ୍ରତି ରେଡିଟ୍ରେ ସେୟାର କରାଯାଇଥିବା ଏହି ମାର୍କସିଟ୍ ଏବେ ଭାଇରାଲ୍ ହୋଇଛି ଏବଂ ଏହା ଦିଲ୍ଲୀ ବିଶ୍ୱବିଦ୍ୟାଳୟ ସହିତ ଜଡିତ ହଂସରାଜ କଲେଜର ବୋଲି କୁହାଯାଉଛି। ଭାଇରାଲ୍ ମାର୍କସିଟ୍ ଟି “Bolly Blinds N Gossip” ନାମକ ଏକ Reddit ହ୍ୟାଣ୍ଡେଲ ଦ୍ୱାରା ସେୟାର କରାଯାଇଛି । ଏଥିରେ ଶାହରୁଖ ଖାନଙ୍କ ଫଟୋ, ନାମ, ପିତାଙ୍କ ନାମ – ମୀର ତାଜ୍ ମହମ୍ମଦ ଏବଂ ଜନ୍ମ ତାରିଖ – ନଭେମ୍ବର ୨, ୧୯୬୫ ଦର୍ଶାଯାଇଛି।
ମାର୍କସିଟରେ ଚାରୋଟି ବିଷୟର ମାର୍କ ଦେଖାଯାଉଛି, ଯାହା ୧୦୦ ରୁ ୯୨, ୭୫, ୭୫ ଏବଂ ୫୭ ଦର୍ଶାଉଛି। ପ୍ରଥମ ବିଷୟରେ ୯୨ ମାର୍କ ଦେଖି ଫ୍ୟାନ୍ସମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଏହାକୁ ଦେଖି କିଛି ଲୋକ କମେଣ୍ଟ ଦେଉଛନ୍ତି ଯେ, ଶାହରୁଖ କେବଳ ଫିଲ୍ମ ଇଣ୍ଡଷ୍ଟ୍ରିର ରାଜା ନୁହଁନ୍ତି, ବରଂ ଜଣେ ମେଧାବୀ ଛାତ୍ର ମଧ୍ୟ ।
ଏହି BA ଅନର୍ସ ଇକୋନୋମିକ୍ସ ମାର୍କସିଟ୍ ହଂସରାଜ କଲେଜର, ଯେଉଁଠାରେ SRK ପଢିଥିଲେ। ଯଦିଓ ଏହା ଆନୁଷ୍ଠାନିକ ଭାବରେ ନିଶ୍ଚିତ ହୋଇନାହିଁ, ତେବେ ଏହି ପୋଷ୍ଟଟିକୁ ଦେଖି SRKଙ୍କ ଛାତ୍ର ଜୀବନ ବିଷୟରେ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ କରିଛି ।
Powered by Froala Editor