ବାପା ହେଲେ ରାଜକୁମାର
ଅଭିନେତା ରାଜକୁମାର ରାଓ ପିତା ହୋଇଛନ୍ତି। ପତ୍ନୀ ପତ୍ରଲେଖା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଜୁଲାଇ ୯ରେ ଉଭୟ ଗର୍ଭଧାରଣ ନେଇ ସୂଚନା ଦେଇଥିଲେ । ତେବେ (ନଭେମ୍ୱର ୧୫)ରେ ଉଭୟ ପିତାମାତା ହେବାର ଖୁସି ଖବର ଦେଇଛନ୍ତି । ଅଭିନେତା ଏହି ବିଶେଷ ଖବର ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି।
ଇନଷ୍ଟାଗ୍ରାମରେ ଏହି ଖୁସି ଖବର ଶେୟାର କରି ରାଜକୁମାର ଲେଖିଛନ୍ତି, ଆମର ଚତୁର୍ଥ ବିବାହ ବାର୍ଷିକୀରେ, ଭଗବାନ ଆମକୁ ସବୁଠାରୁ ବଡ଼ ଆଶୀର୍ବାଦ ଦେଇଛନ୍ତି। ଆମର ଆନନ୍ଦର କୌଣସି ସୀମା ନାହିଁ। ଭଗବାନ ଆମକୁ ଏକ କନ୍ୟା ସନ୍ତାନ ପ୍ରଦାନ କରିଛନ୍ତି।
ଅଭିନେତା ପତ୍ରଲେଖାଙ୍କୁ ୧୫ ନଭେମ୍ବର ୨୦୨୧ରେ ବିବାହ କରିଥିଲେ। ଦୁହେଁ ୨୦୧୪ ଫିଲ୍ମ ସିଟି ଲାଇଟ୍ସରେ ଏକାଠି କାମ କରିଥିଲେ। ରାଜକୁମାର ୪୧ ବର୍ଷ ବୟସରେ ପିତା ହୋଇଛନ୍ତି। ଅନେକ ସେଲିବ୍ରିଟି ରାଜକୁମାର ଏବଂ ପତ୍ରଲେଖାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା, ଅନୁଷ୍କା ଶର୍ମା, ଏବଂ ଅଲିଆ ଭଟ୍ଟଙ୍କ ଭଳି ତାରକାମାନେ ସେମାନଙ୍କ ପୋଷ୍ଟରେ ଶୁଭେଚ୍ଛା ବାର୍ତ୍ତା ଲେଖିଛନ୍ତି । ପ୍ରଶଂସକମାନେ ମଧ୍ୟ ଏହି ଖବରକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ଏବଂ ଦମ୍ପତିଙ୍କୁ ଶୁଭକାମନା ଜଣାଇଛନ୍ତି ।
Powered by Froala Editor