କୋରାପୁଟରେ ‘କମ୍ରେଡ କଲ୍ୟାଣ’ର ସୁଟିଂ
ବର୍ତ୍ତମାନ ଦକ୍ଷିଣ ଭାରତୀୟ ଫିଲ୍ମ(ତେଲୁଗୁ ଓ ତାମିଲ)ସୁଟିଂ ପାଇଁ କୋରାପୁଟ ଜିଲ୍ଲାରେ ନିର୍ମାତା, ନିର୍ଦ୍ଦେଶକ, କଳାକାରଙ୍କ ଭିଡ଼ ଜମୁଛି । ନିକଟରେ ଫିଲ୍ମ ନିର୍ଦ୍ଦେଶକ ଏସଏସ ରାଜାମୌଲି ଏସଏସବିଏମ ୨୯ ସୁଟିଂ ପାଇଁ ଅଭିନେତା ମହେଶ ବାବୁ ଓ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସହିତ କୋରାପୁଟ ଆସିଥିଲେ । ବର୍ତ୍ତମାନ ନକ୍ସଲଙ୍କ ଜୀବନଧାରା ଉପରେ ତେଲୁଗୁ ଫିଲ୍ମ ‘କମ୍ରେଡ କଲ୍ୟାଣ’ର ସୁଟିଂ ଚାଲିଛି।
ଏହି ଫିଲ୍ମର ନିର୍ଦ୍ଦେଶକ ଜାନକୀ ରାମ ମାରେଲା, ନିର୍ମାତା ଭେଙ୍କଟ କ୍ରିଷ୍ଣା ରହିଥିବା ବେଳେ ମୁଖ୍ୟ ଚରିତ୍ର ତଥା ନାୟକ ଭାବେ ତେଲଗୁ ଷ୍ଟାର ଶ୍ରୀବିଷ୍ଣୁ ଓ ନାୟିକା ଭାବେ ମାଲାୟଲମ ଅଭିନେତ୍ରୀ ମହିମା ନାମ୍ବିଆର ଅଭିନୟ କରୁଛନ୍ତି । ନକ୍ସଲଙ୍କ ଜୀବନ ଉପରେ ଆଧାରିତ ଏହି ଫିଲ୍ମ ଦେଓମାଳି, ତଳମାଳି, କାଳିଆମାଳି, ଜୟପୁର, ସେମିଳିଗୁଡ଼ା, କୋରାପୁଟ ଜଗନ୍ନାଥ ମନ୍ଦିର, ଡୁଡୁମା ଆଦି ବିଭିନ୍ନ ସ୍ଥାନରେ ଏହି ଫିଲ୍ମ କମ୍ରେଡ କଲ୍ୟାଣର ସୁଟିଂ ଚାଳିଛି ।
ଆଗକୁ ପ୍ରାୟ ୧୦/୧୨ ଦିନ ଧରି ଜିଲ୍ଲାର ବିଭିନ୍ନ ସ୍ଥାନରେ ସୁଟିଂ ହେବ ବୋଲି ପ୍ରଯୋଜନା ସଂସ୍ଥାକୁ ସହଯୋଗ କରୁଥିବା ସେମିଳିଗୁଡ଼ାର ଯୁବକ ଗୌତମ କହିଛନ୍ତି । ଫିଲ୍ମରେ ମୁଖ୍ୟ ଅଭିନେତା ଓ ଅଭିନେତ୍ରୀଙ୍କ ସହିତ କେତେକ ସିନ୍ରେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ଅଭିନୟର ସୁଯୋଗ ଦେଉଛି ଫିଲ୍ମ ପ୍ରଯୋଜନା ସଂସ୍ଥା ।
Powered by Froala Editor