ଉଦୟପୁରରେ ବିବାହ କରିବାକୁ ଯୋଜନା କରୁଛନ୍ତି ରଶ୍ମିକା ଓ ବିଜୟ
ଦକ୍ଷିଣ ଭାରତୀୟ ଲୋକପ୍ରିୟ ଯୋଡ଼ି ଅଭିନେତା ରଶ୍ମିକା ମନ୍ଦନା ଓ ବିଜୟ ଦେବରକୋଣ୍ଡା ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏହି ଦମ୍ପତି ରାଜସ୍ଥାନର ଉଦୟପୁରଠାରେ ୨୦୨୬ ମସିହା ଫେବୃଆରୀ ୨୬ ତାରିଖରେ ଏକ ଆଡମ୍ବରପୂର୍ଣ୍ଣ ଅନ୍ତରଙ୍ଗ ବିବାହ କରିବାକୁ ଯୋଜନା କରୁଛନ୍ତି।
ଏହି ଦମ୍ପତି ୩ ଅକ୍ଟୋବର ୨୦୨୫ରେ ହାଇଦ୍ରାବାଦରେ ଏକ ଗୁପ୍ତ ନିର୍ବନ୍ଧ ମଧ୍ୟ କରିଥିଲେ, କିନ୍ତୁ ସେମାନଙ୍କ ମଧ୍ୟରୁ କେହି ଏପର୍ଯ୍ୟନ୍ତ ଏନେଇ କୌଣସି ମନ୍ତବ୍ୟ ଦେଇ ନାହାଁନ୍ତି। ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ୨୦୧୮ରେ ମୁକ୍ତିଲାଭ କରିଥିବା "ଗୀତା ଗୋବିନ୍ଦମ୍" ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ।
ଏହି ଚଳଚ୍ଚିତ୍ରର ସେଟରେ ସେମାନେ ନିକଟତର ହୋଇଥିଲେ। ତା'ପରେ ଦମ୍ପତି "ଡିୟର କମରେଡ୍" (୨୦୧୯)ରେ ଦେଖା ଦେଇଥିଲେ। ଏହା ପରେ, ସେମାନଙ୍କ ଡେଟିଂର ଗୁଜବ ପ୍ରକାଶ ପାଇବା ଆରମ୍ଭ ହୋଇଥିଲା। ଏକ ସାମ୍ପ୍ରତିକ ସାକ୍ଷାତକାରରେ, ରଶ୍ମିକା ସେମାନଙ୍କ ନିର୍ବନ୍ଧକୁ ନେଇ କହିଥିଲେ ଯେ "ସମସ୍ତେ ଏହା ବିଷୟରେ ଜାଣନ୍ତି..." ।
ରିପୋର୍ଟ ଅନୁସାରେ, ଗତ ୨୦୨୫ ଅକ୍ଟୋବର ୩ ତାରିଖରେ ବିଜୟଙ୍କ ହାଇଦ୍ରାବାଦ ବାସଭବନରେ କେବଳ ପରିବାର ଓ ଅତି ନିକଟତର ବନ୍ଧୁଙ୍କ ଉପସ୍ଥିତିରେ ଏହି ଦୁଇ ତାରକା ଗୋପନରେ ନିର୍ବନ୍ଧ କରିସାରିଛନ୍ତି।
ରଶ୍ମିକା ନିକଟରେ ରିଲିଜ୍ ହୋଇଥିବା ତାଙ୍କ ବଲିଉଡ୍ ଚଳଚ୍ଚିତ୍ର ‘ଥମ୍ମା’ର ପ୍ରମୋସନ୍ ସମୟରେ ନିର୍ବନ୍ଧ ବିଷୟରେ ପଚରାଯିବାରୁ ଉତ୍ତର ଦେଇଥିଲେ, “ଏ ବିଷୟରେ ସମସ୍ତେ ଜାଣିଛନ୍ତି।” ତାଙ୍କର ଏହି ମନ୍ତବ୍ୟ ଖବରକୁ ଆହୁରି ଦୃଢ଼ କରିଛି।
Powered by Froala Editor