ଦ୍ଵିତୀୟ ବିବାହ କଲେ କି ମହିମା !
ବଲିଉଡ ଅଭିନେତ୍ରୀ ମହିମା ଚୌଧୁରୀ କ୍ୟାନ୍ସର ଯୁଦ୍ଧରେ ଜିତିବା ପରେ ପୁଣି କମ୍ବ୍ୟାକ କରିଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ଅଭିନେତ୍ରୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ତାହା ପୁଣି ଅଭିନେତା ସଞ୍ଜୟ ମିଶ୍ରାଙ୍କ ସହ । ଭିଡିଓରେ ଉଭୟ ବିବାହ ପୋଷାକରେ ନଜର ଆସିଥିବା ବେଳେ ଦୁହିଁଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଛି ।
୫୨ ବର୍ଷ ବୟସରେ ମହିମା ଚୌଧୁରୀଙ୍କୁ ପିଙ୍କ ରଙ୍ଗର ବିବାହ ପୋଷାକରେ ଦେଖିବାକୁ ମିଳିଥିଲା । ତାଙ୍କ ସହ ବରିଷ୍ଠ ଅଭିନେତା ସଞ୍ଜୟ ମିଶ୍ର ମଧ୍ୟ ଥିଲେ। ଏହି ଯୋଡ଼ିକୁ ଏକ ସର୍ବସାଧାରଣ ସ୍ଥାନରେ ହସି ହସି ଫଟୋଗ୍ରାଫରଙ୍କୁ ପୋଜ୍ ଦେଉଥିବାର ଦେଖାଯାଇଥିଲା। ଫଳରେ ପ୍ରଶଂସକମାନେ ଅନୁମାନ କରିବା ଆରମ୍ଭ କରିଥିଲେ ଯେ ଏହି ଦୁଇ କଳାକାର ଏକ ବ୍ୟକ୍ତିଗତ ଉତ୍ସବରେ ବିବାହ କରିଛନ୍ତି ବୋଲି।
ଶେଷରେ, ଏହି ଭିଡିଓ ପଛରେ ଥିବା ସତ୍ୟ ପ୍ରକାଶ ପାଇଛି । ମହିମା ଏବଂ ସଞ୍ଜୟ ସେମାନଙ୍କର ଆଗାମୀ ଫିଲ୍ମ "ଦୁର୍ଲଭ ପ୍ରସାଦ କି ଦୁସରୀ ସାଦି"ର ପ୍ରମୋସନ ପାଇଁ ଏହି ଲୁକରେ ନଜର ଆସିଛନ୍ତି । ଫିଲ୍ମଟି ଖୁବ୍ ଶୀଘ୍ର ଥିଏଟରରେ ମୁକ୍ତିଲାଭ କରିବ ।
Powered by Froala Editor