ଘାଟି ରାସ୍ତାରେ ଧସିଲା ପାହାଡ
ଭୁବନେଶ୍ବର: ସାମୁଦ୍ରିକ ଝଡ ମନ୍ଥାର ପ୍ରଭାବରେ ଗଜପତି ଜିଲ୍ଲାରେ ଗତ ତିନି ଦିନ ହେଲା ତୁହାକୁ ତୁହା ବର୍ଷା ଜାରି ରହିଛି । ଏହି ବର୍ଷା ପ୍ରଭାବରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୁସ୍ଖଳନ, ରାସ୍ତା ଧୋଇଯିବା ଆଦି ଘଟଣାମାନ ଲାଗି ରହିଛି । ତେବେ ଆଜି ପ୍ରତ୍ୟୁଷରୁ ରାୟଗଡ ବ୍ଲକ ଅନ୍ତର୍ଗତ ଶାଙ୍କୁଡା-ଖିଲିଗଣ୍ଡା ଘାଟି ରାସ୍ତାରେ ପାହାଡ ଧସିଥିବାର ଜଣାପଡିଛି । ଫଳରେ ଖିଲିଗଣ୍ଡା, ଶାଙ୍କୁଡା, ବୋଣ୍ଡା ଆଦି ଗ୍ରାମାଞ୍ଚଳର ଏକ ହଜାରରୁ ଉର୍ଦ୍ଧ ଜନସାଧାରଣଙ୍କ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ସେହିପରି ବର୍ଷା ପ୍ରଭାବରେ ଅବାପୁର-କରଣସାହି ରାସ୍ତାରେ ପାଣି ଭାସୁଛି । ଫଳରେ ଏହି ଅଞ୍ଚଳରେ ୩୦୦ରୁ ଉର୍ଦ୍ଧ ଜନସାଧାରଣ ଯାତାୟତ କରିବାରେ ଅସୁବିଧା ହେଉଛି ।
Powered by Froala Editor