ବିଜନେସମ୍ୟାନଙ୍କ ପ୍ରେମରେ ପବିତ୍ରା, ଖୁବ୍ଶୀଘ୍ର କରିବେ ବିବାହ
ଏଜାଜ୍ ଖାନ୍ଙ୍କଠାରୁ ଅଲଗା ହେବା ପରେ ଅଭିନେତ୍ରୀ ପବିତ୍ରା ପୁନିଆ ପୁଣି ପ୍ରେମରେ । ଇନଷ୍ଟାରେ ସେ କିଛି ଫଟୋ ସେୟାର କରି ମୁମ୍ବାଇର ଜଣେ ବ୍ୟବସାୟୀଙ୍କୁ ଡେଟ୍ କରୁଥିବା ଜଣାଇଛନ୍ତି। ଏହା ସହ ଖୁବଶୀଘ୍ର ସେ ବିବାହ କରିବେ ବୋଲି ସ୍ପଷ୍ଟ କରିଛନ୍ତି।
ପବିତ୍ରା କହିଛନ୍ତି ଯେ, "ହଁ, ମୋ ଜୀବନକୁ ପ୍ରେମ ଫେରିଛି। ଏହି ବର୍ଷ, ଦୀପାବଳି ମୋ ପାଇଁ ଅଧିକ ସ୍ୱତନ୍ତ୍ର କାରଣ ମୁଁ ମୋ ଭାବିସ୍ବାମୀଙ୍କ ପରିବାର ସହିତ ଏହାକୁ ପାଳନ କରିବି। ସେ ଏବଂ ତାଙ୍କ ପରିବାର ବିଦେଶରେ ରହୁଥିବାରୁ ମୁଁ ବିଦେଶ ଯାତ୍ରା କରିବି। ମୁଁ ମୋ ପରିବାର ସହିତ ଦୀପାବଳି ପାଳନ କରିପାରିବି ନାହିଁ ବୋଲି ଟିକେ ଦୁଃଖିତ। କିନ୍ତୁ ସେମାନଙ୍କ ସହିତ ସମୟ ବିତାଇବାକୁ ନେଇ ଉତ୍ସାହିତ ମଧ୍ୟ। ସେ ଆମେରିକାର ଜଣେ ବ୍ୟବସାୟୀ, ଅଭିନେତା ନୁହଁନ୍ତି।"
‘ବିଗ୍ ବସ୍’ ଗୃହରେ ଥିବା ବେଳେ ପବିତ୍ରା ଓ ଏଜାଜ୍ ପ୍ରେମରେ ପଡ଼ିଯାଇଥିଲେ। ଏପରିକି ବାହାରକୁ ବାହାରିବା ପରେ ସେମାନେ ନିଜର ଅନେକ ଫଟୋ ଓ ଭିିଡିଓକୁ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରୁଥିଲେ। ପବିତ୍ରା ପୁନିଆ ଓ ଏଜାଜ୍ ଖାନ୍ ୨୦୨୪ରେ ପରସ୍ପରଠାରୁ ଅଲଗା ହୋଇଥିଲେ। ଏବେ ପ୍ରାୟ ବର୍ଷକ ପରେ ପବିତ୍ରାଙ୍କ ଜୀବନକୁ ପ୍ରେମ ଫେରିଛି।
Powered by Froala Editor