ବୀମା ଟଙ୍କା ପାଇଁ ସ୍ୱାମୀଙ୍କୁ ଜିଅନ୍ତା ଜାଳିଦେଲା ସ୍ତ୍ରୀ

କୋଏମ୍ବାଟୁର: ତାମିଲନାଡୁର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ସାଢେ଼ ତିନି କୋଟି ବୀମା ଟଙ୍କା ହାତେଇବା ପାଇଁ ଜିଅନ୍ତା ପୋଡ଼ି ମାରି ଦେଇଛନ୍ତି । ସମ୍ପୃକ୍ତ ମହିଳାଙ୍କ ବୟସ ୫୭ । ସେ ଜଣେ ସମ୍ପର୍କୀୟଙ୍କ ସହ ମିଶି ୬୨ ବର୍ଷୀୟ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି । ପୁଲିସ ଘଟଣାର ତଦନ୍ତ କରି ଉପରୋକ୍ତ ଦୁଇ ଜଣଙ୍କୁ ଗିରଫ କରିଛି । ମୃତକ ହେଉଛନ୍ତି ଏରୋଡ଼ ଜିଲ୍ଲା ଥୁଡୁପାଠୀ ନିବାସୀ କେ.ରଙ୍ଗରାଜ । ଏକ ହସ୍ତତନ୍ତ ଶିଳ୍ପ ସେ ଚଳାଉଥିଲେ । ମାର୍ଚ୍ଚ ୧୫ରେ ସେ ଏକ ଦୁର୍ଘଟଣାରେ ଆହତ ହୋଇ କୋଏମ୍ବାଟୁରର ଏକ ଘରୋଇ ଡାକ୍ତରଖାନାରେ ଥିଲେ । ଗୁରୁବାର ସେ ଡାକ୍ତରଖାନାରୁ ଫେରିଥିଲେ । ପତ୍ନୀ ଆର ଜୋତିମାନି ଓ ସମ୍ପର୍କୀୟ ରାଜା ତାଙ୍କୁ ଏକ ଭ୍ୟାନରେ ଘରକୁ ନେବା ପରେ ହତ୍ୟା କରିଥିଲେ ।