ମହାନଦୀକୁ ଡେଇଁଲେ ଯୁବକ
କଟକ: ମୁଣ୍ଡଳୀ ବ୍ରିଜ୍ ନିକଟରେ କାର ରଖି ମହାନଦୀକୁ ଜଣେ ଯୁବକ ଡେଇଁ ପଡିଥିବା ସନ୍ଦେହ କରାଯାଉଛି । ଯୁବକ ଜଣଙ୍କ ନିଖୋଜ ଅଛନ୍ତି । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଯୁବକଙ୍କୁ ଠାବ କରିବାକୁ ଖୋଜାଖୋଜି ଜାରି ରଖିଛନ୍ତି । ବାରଙ୍ଗ ଥାନା ପୁଲିସ ଓ ଜୋନ୍ ଏସିପି ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରୁଛନ୍ତି । ତେବେ ଯୁବକଙ୍କ ଘର ନୟାପଲ୍ଲୀ ଅଞ୍ଚଳର ବୋଲି ଜଣାପଡିଛି ।
Powered by Froala Editor