ନୂଆପଡା ଉପନିର୍ବାଚନ ପାଇଁ ନବୀନ ନିବାସରେ ଜରୁରୀ ବୈଠକ
ଭୁବନେଶ୍ୱର: ନବୀନ ନିବାସରେ ନୂଆପଡା ଉପନିର୍ବାଚନ ପାଇଁ ଜରୁରୀ ବୈଠକ ବସିଛି । ବିଜେଡିରୁ କିଏ ହେବ ପ୍ରାର୍ଥୀ ସେନେଇ ବୈଠକରେ ଆଲୋଚନା ହେଉଥିବା ସୂଚନା ମିଳିଛି । ବୈଠକରେ ବରିଷ୍ଠ ନେତା ବବି ଦାସ, ଦେବୀ ମିଶ୍ର, ଟୁକୁନି ସାହୁ, ସ୍ନେହାଙ୍ଗିନ ଛୁରିଆଙ୍କ ସମେତ ସମସ୍ତ ପିଏସି ସଦସ୍ୟ ମାନେ ଉପସ୍ଥିତ ରହିଛନ୍ତି ।
ନୂଆପଡାରୁ ଦଳ କାହାକୁ ପ୍ରାର୍ଥୀ କରିବ ସେନେଇ ଅଙ୍କକଷା ଚାଲିଛି । ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ୨୦ ତାରିଖ ଥିବାବେଳେ ଏ ପର୍ଯ୍ୟନ୍ତ ବିଜେଡି ପ୍ରାର୍ଥୀ ଘୋଷଣା କରିନାହିଁ । ଏଯାଏଁ କିଛି ନିଷ୍ପତି ହୋଇନାହିଁ।
Powered by Froala Editor