ନିର୍ବନ୍ଧ କଲେ ବିଜୟ-ରଶ୍ମିକା !
ସାଉଥ ଫିଲ୍ମ ଜଗତ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ନିର୍ବନ୍ଧ ହୋଇଛି। ପରିବାର ଏବଂ ନିକଟତର ବନ୍ଧୁମାନଙ୍କ ଉପସ୍ଥିତିରେ ଦକ୍ଷିଣ ସିନେ ସୁପରଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ସହ ରଶ୍ମିକାଙ୍କ ନିର୍ବନ୍ଧ ହୋଇଥିବା ଜଣାପଡ଼ିଛି।
ରିପୋର୍ଟ ଅନୁଯାୟୀ, ସେମାନଙ୍କ ବିବାହ ୨୦୨୬ ମସିହା ଫେବ୍ରୁଆରିରେ ହେବାକୁ ସ୍ଥିର ହୋଇଛି। ଏହି ଦମ୍ପତି ସେମାନଙ୍କ ବିବାହ ଘୋଷଣା କରିନାହାନ୍ତି। କେବଳ ସେତିକି ନୁହେଁ; ସେମାନେ ନିଜର ନିର୍ବନ୍ଧକୁ ବି ଆନୁଷ୍ଠାନିକ ଭାବରେ ନିଶ୍ଚିତ କରିନାହାନ୍ତି।
ରଶ୍ମିକାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ୍ରେ ଏକ ଶାଢ଼ି ପିନ୍ଧିଥିବା ପୋଷ୍ଟ ହେବା ପରେ ତାହା ଖୁବ୍ ଶୀଘ୍ର ଭାଇରାଲ ହୋଇଗଲା। ଯାହା ପ୍ରଶଂସକଙ୍କ ମଧ୍ୟରେ କଳ୍ପନାଜଳ୍ପନା ସୃଷ୍ଟି କରିଛି। ଅନେକ ପ୍ରଶଂସକ ବିଶ୍ୱାସ କରନ୍ତି କି ଏହି ପୋଷାକ ତାଙ୍କ ନିର୍ବନ୍ଧ ପାଇଁ। ଫଟୋଗୁଡ଼ିକ ବିଜୟ ଏବଂ ରଶ୍ମିକାଙ୍କ ବିବାହ ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି।
ଏହାପୂର୍ବରୁ ୨୦୧୭ରେ ରଶ୍ମିକା କନ୍ନଡ ଅଭିନେତା ରକ୍ସିତ ସେଟୀଙ୍କ ସହ ନିର୍ବନ୍ଧ କରିଥିଲେ । ଦୁହେଁ ଏକାଠି ଫିଲ୍ମ କିରିକ୍ ପାର୍ଟିରେ ନଜରକୁ ଆସିଥିଲେ । ଫିଲ୍ମଟି ହିଟ ହେବା ପରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ବଢ଼ିଥିଲା । କିଛିଦିନ ପ୍ରେମ ସମ୍ପର୍କରେ ରହିବା ପରେ ଉଭୟେ ୨୦୧୭ ଜୁଲାଇରେ ପରିବାର ଲୋକଙ୍କ ଉପସ୍ଥିତିରେ ବଡ଼ ଆୟୋଜନ ସହିତ ନିର୍ବନ୍ଧ କରିଥିଲେ ।
କିନ୍ତୁ ନିର୍ବନ୍ଧ ପରେ ସେମାନଙ୍କ ସମ୍ପର୍କରେ ମତ ପାର୍ଥକ୍ୟ ଦେଖିବାକୁ ମିଳିିଥିଲା । ରଶ୍ମିକା ଫିଲ୍ମି କ୍ୟାରିୟରକୁ ଛାଡ଼ିବାକୁ ଚାହୁଁନ ଥିବାବେଳେ ରକ୍ସିତଙ୍କ ଘର ଲୋକ ଏଥିରେ ଅରାଜି ଥିଲେ । ଯାହାଫଳରେ ଦୁହିଁଙ୍କ ସମ୍ପର୍କ ତିଷ୍ଠି ପାରି ନ ଥିଲା । ଦୁହେଁ ଅଲଗା ହୋଇଯାଇଥିଲେ ।
Powered by Froala Editor