ବିଜୟଙ୍କ ରାଲିରେ ଦଳାଚକଟା ଘଟଣା:ଘଟଣାସ୍ଥଳ ପରିଦର୍ଶନ କଲେ କମିସନ

ଚେନ୍ନଇ: ତାମିଲ ସୁପରଷ୍ଟାର ବିଜୟଙ୍କ ପକ୍ଷରୁ ଆୟୋଜିତ ରାଲିରେ ହୋଇଥିବା ଦଳାଚକଟା ଘଟଣାର ମୃତ୍ୟୁସଂଖ୍ୟା ୪୦କୁ ବୃଦ୍ଧି ପାଇଛି। ବିଜୟଙ୍କ ନେତୃତ୍ବାଧୀନ ରାଜନୈତିକ ଦଳ ତାମିଲାଗା ଭେଟ୍ଟ୍ରି କାଝାଗମ୍ (ଟିଭିକେ) ଶନିବାର ତାମିଲନାଡୁର କରୁର୍ରେ ଏହି ରାଲି କରିଥିଲା। ଶନିବାର ହୋଇଥିବା ଦଳଚକଟାରେ ୩୮ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ରବିବାର ଚିକିତ୍ସାଧୀନ ଆହତଙ୍କ ମଧ୍ୟରୁ ଆଉ ୨ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାର ତଦନ୍ତ ପାଇଁ ଗଠନ କରାଯାଇଥିବା ବିଚାର ବିଭାଗୀୟ କମିସନ ଏହାର ତଦନ୍ତ ଆରମ୍ଭ କରିଛନ୍ତି। ମାଡ୍ରାସ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଅରୁଣା ଜଗଦୀଶନଙ୍କୁ ନେଇ ଗଠିତ ଜଣକିଆ କମିସନ ରବିବାର ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଏହି ଦୁଃଖଦ ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ଅଭିନେତା ବିଜୟ ସମବେଦନା ଜଣାଇଛନ୍ତି।
Powered by Froala Editor