ଗଞ୍ଜାମରେ ପ୍ରବଳ ବର୍ଷା: ସରକାରୀ ବେସରକାରୀ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଗୁଡିକୁ ଛୁଟି ଘୋଷଣା
ଛତ୍ରପୁର: ଲଗାଣ ବର୍ଷା ଲାଗି ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାର ମୁକାବିଲା ଲାଗି ଗଞ୍ଜାମ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି। ସମସ୍ତ ଲାଇନ ବିଭାଗକୁ ସଜାଗ ରହିବା ପାଇଁ କୁହାଯାଇଛି।ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଶନିବାର ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଗୁଡିକୁ ଜିଲ୍ଲାପାଳ ଭି. କିର୍ତ୍ତୀ ଭାସନ ଛୁଟି ଘୋଷଣା କରିଛନ୍ତି। ଜିଲ୍ଲାରେ ଥିବା ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀଗୁଡିକୁ ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି। ଆବଶ୍ୟକ ହେଲେ ସେଗୁଡିକୁ ବ୍ୟବହାର କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
ଏନେଇ ଶୁକ୍ରବାର ରାତ୍ରରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଛତ୍ରପୁର ବ୍ଲକ ଅନ୍ତର୍ଗତ ଉପୁଲାପୁଟି, ଆର୍ଯ୍ୟପଲ୍ଲୀ ସମେତ ଗୋପାଳପୁରରେ ବିଭିନ୍ନ କୋଷ୍ଟାଲ ଅଞ୍ଚଳ ଗୁଡିକରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ବୁଲି ସ୍ଥିତି ଯାଞ୍ଚ କରିଛନ୍ତି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। କୌଣସି ସରକାରୀ ଅଧିକାରୀ ବିନା ଅନୁମତିରେ ହେଡ଼ କ୍ୱାର୍ଟର ଛାଡି ଯାଇପାରିବେନି ବୋଲି ନିର୍ଦେଶ ଦିଆଯାଇଛି। ଜିଲ୍ଲାରେ ବ୍ଲକ ଓ ତହସିଲ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯିବା ସହ ଜରୁରୀ କାଳୀନ ନମ୍ବର ଜାରୀ କରାଯାଇଛି।
Powered by Froala Editor