ଅମୃତ ଭାରତ ଏକ୍ସପ୍ରେସ’: ୨୭ରେ ମୋଦୀ କରିବେ ଉଦଘାଟନ
ଭୁବନେଶ୍ବର: ଓଡ଼ିଶାର ବ୍ରହ୍ମପୁରରୁ ଗୁଜରାଟର ସୁରଟ (ଉଧନା) ସହିତ ସଂଯୋଗ କରୁଥିବା ‘ଅମୃତ ଭାରତ ଏକ୍ସପ୍ରେସ’କୁ ଚଳିତ ମାସ ୨୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସି ମାଧ୍ୟମରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ। ଉଦ୍ଘାଟନୀ ଯାତ୍ରାରେ ଏହି ରେଳ ମଧ୍ୟାହ୍ନ ୧୨ଟାରେ ବ୍ରହ୍ମପୁର ରେଳ ଷ୍ଟେସନରୁ ଶୁଭାରମ୍ଭ କରାଯିବ। ଏହି ରେଳସେବା ସୁରଟ ଏବଂ ଏହାର ଆଖପାଖରେ କାମ କରୁଥିବା ବ୍ରହ୍ମପୁର ଏବଂ ଗଞ୍ଜାମ ଜିଲାର ଅନେକ ଶ୍ରମିକଙ୍କ ପାଇଁ ବିଶେଷ ଲାଭଦାୟକ ହେବ। ଏହା ସେମାନଙ୍କୁ ଫେରିବା, ପାରିବାରିକ ଯାତ୍ରା ଓ ଅନ୍ୟାନ୍ୟ ଯାତ୍ରା ପାଇଁ ସୁରକ୍ଷିତ ଅଧିକ ଦ୍ରୁତ ଏବଂ ଆରାମଦାୟକ ଯାତ୍ରା ପ୍ରଦାନ କରିବ।
Powered by Froala Editor