ଭାସିଗଲା କାର, ବଞ୍ଚିଗଲେ ଡ୍ରାଇଭର
ଭୁବନେଶ୍ବର: ଗତ ଦୁଇ ଦିନ ଧରି ଲଘୁଚାପ ଜନିତ ଲଗାଣ ଲାଗି ରହିଥିବାରୁ ବରଗଡ ଜିଲା ଅମ୍ବାଭୋନା ବ୍ଳକରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଆଜି ସୀମାନ୍ତ ବର୍ତ୍ତୀ ଛତିଶଗଡ ବିକ୍ରମପାଲି ନିର୍ମାଣଧିନ ପୋଲ ତଳେ ଏକ ପ୍ରଖର ଜଳସ୍ରୋତରେ କାରଟି ଭାସିଯାଇଥିବା ବେଲେ ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କାର ଡ୍ରାଇଭର ଜଳସ୍ରୋତରେ ଆପ୍ରାଣ ଉଦ୍ୟମରେ ପହଁରୀ କୂଳକୁ ପଳାଇ ଆସିଥିଲେ । ସେଠାରେ ଉପସ୍ଥିତ ଥିବା ଲୋକେ ଡ୍ରାଇଭରଙ୍କୁ ଉଦ୍ଧାର କରି ନିରାପଦ ସ୍ଥାନକୁ ନେଇଥିଲେ।
Powered by Froala Editor