ପାସେଞ୍ଜର ଟ୍ରେନ ଧକ୍କାରେ ଦୁଇ ଭାଇ ମୃତ
ଭୁବନେଶ୍ବର : ଦୁଇ ଭାଇ ଭଉଣୀକୁ ଘରେ ଛାଡ଼ି ମୋବାଇଲ ମରାମତି କରିବାକୁ ଉଦିତନଗରକୁ ଯାଇଥିଲେ। ହେଲେ ରାତିରେ ଟ୍ରେନ ଲାଇନ ପାରି ହୋଇ ଘରକୁ ଫେରୁଥିବାବେଳେ ବୀରମିତ୍ରପୁର ପାସେଞ୍ଜର ଟ୍ରେନ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଦୁଇ ଭାଇଙ୍କର ମୃତ୍ୟୁ ହୋଇଥିଲା । ମୃତକ ବାସନ୍ତୀ କଲୋନୀ ହରିପୁର ବସ୍ତିର ରଞ୍ଜନ ପାତ୍ର ଏବଂ ଜଗନ ପାତ୍ର ବୋଲି ଜଣାପଡିଛି।
ସୂଚନା ଅନୁସାରେ, ଦୁଇ ଭାଇ ଭଉଣୀକୁ ମୋବାଇଲ ଦୋକାନରୁ ଆଣି ଘରେ ଛାଡି ପୁର୍ନବାର ଉଦିତନଗରରେ ଥିବା ମୋବାଇଲ ଦୋକାନକୁ ଫୋନ୍ ସଜାଡିବା ପାଇଁ ଯାଇଥିଲେ। ରାତି ପ୍ରାୟ ସାଢେ ୯ଟାରେ ମୋବାଇଲ ମରାମତି କରି ଘରକୁ ଫେରୁଥିଲେ। ଟ୍ରେନ ଲାଇନ ପାରି ହେଉଥିବା ବେଳେ ପାସେଞ୍ଜର ଟ୍ରେନ ଦୁଇ ଭାଇଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଦୁଇ ଭାଇଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ରେଳବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି।
Powered by Froala Editor