ଶେଷ ହେଲା ଶ୍ରୀଜୀଉଙ୍କ ଅଳଙ୍କାର ସ୍ଥାନାନ୍ତରଣ ପ୍ରକ୍ରିୟା
ପୁରୀ: ଶ୍ରୀଜୀଉମାନଙ୍କ ଅଳଙ୍କାର ରତ୍ନଭଣ୍ଡାରକୁ ସ୍ଥାନାନ୍ତରଣ ପ୍ରକ୍ରିୟା ମଙ୍ଗଳବାର ଶେଷ ହୋଇଛି। ମୋଟ ୬ଟି ଆଲମିରା ଏବଂ ୬ଟି ପ୍ୟାକେଟରେ ସମସ୍ତ ଅଳଙ୍କାରକୁ ବନ୍ଦ ଅବସ୍ଥାରେ ସ୍ଥାନାନ୍ତର କରାଯାଇ ରତ୍ନଭଣ୍ଡାରରେ ରଖାଯାଇଛି। ଏହା ପରେ ମାଜିଷ୍ଟ୍ରେଟ ତଥା ଜିଲାପାଳଙ୍କ ଉପସ୍ଥିତିରେ ରତ୍ନଭଣ୍ଡାରରେ ତାଲା ପକାଯାଇଛି। ଗଣତି ମଣତି ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ରତ୍ନ ସ୍ଥାନାନ୍ତର କରିବାକୁ ୪ ଘଣ୍ଟା ସମୟ ଲାଗିଥିଲା। ଏହି ସମୟରେ ଏସଓପି ଅନୁସାରେ ଭିଡିଓଗ୍ରାଫି କରାଯାଇଥିଲା ବୋଲି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି।
Powered by Froala Editor