ଦିଲ୍ଲୀର ଏହି ପଞ୍ଚତାରକା ହୋଟେଲକୁ ବୋମା ଧମକ

ନୂଆଦିଲ୍ଲୀ : ରାଜଧାନୀରୁ ପୁଣି ଏକ ବଡ ଖବର ସାମ୍ନାକୁ ଆସିଛି। ଦିଲ୍ଲୀର ତାଜ ପ୍ୟାଲେସ ହୋଟେଲକୁ ବୋମାରେ ଉଡାଇବାକୁ ଶନିବାର ଧମକ ମିଳିଛି। ଏହାକୁ ନେଇ ଗୁଇନ୍ଦା ସଂସ୍ଥାଗୁଡ଼ିକ ସତର୍କ ହୋଇଯାଇଛନ୍ତି। ତାଜ ପ୍ୟାଲେସ ଏକ ପଞ୍ଚତାରକା ହୋଟେଲ। ଏହା ଦିଲ୍ଲୀର ପ୍ରସିଦ୍ଧ ଅଞ୍ଚଳ ଚାଣକ୍ୟପୁରୀରେ ଅବସ୍ଥିତ। ଏଠାରେ ଅନେକ କୂଟନୀତିଜ୍ଞ, ରାଜନେତା, ବ୍ୟବସାୟୀ ଏବଂ ଅନେକ ଭିଆଇପି ପ୍ରାୟତଃ ରୁହନ୍ତି। ଏହି କାରଣରୁ ଗୁଇନ୍ଦା ସଂସ୍ଥାଗୁଡ଼ିକ ଏହି ଧମକକୁ ଅତ୍ୟନ୍ତ ସମ୍ବେଦନଶୀଳ ଭାବରେ ଦେଖୁଛନ୍ତି ଓ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛନ୍ତି ।
Powered by Froala Editor