ଖୁବ ଶୀଘ୍ର ଆମେରିକୀୟ ଚାପର ସମ୍ମୁଖୀନ ହେବ ଭାରତ: ହାୱାର୍ଡ ଲୁଟନିକ
ନୂଆଦିଲ୍ଲୀ: ଆମେରିକାର ବାଣିଜ୍ୟ ସଚିବ ହାୱାର୍ଡ ଲୁଟନିକ ପୁଣିଥରେ ଦୋହରାଇଛନ୍ତି ଯେ ଭାରତକୁ ରୁଷୀୟ ତେଲ କିଣିବା ବନ୍ଦ କରିବାକୁ ପଡିବ, ତା’ହେଲେ ସେତେବେଳେ ଯାଇ ଉଚ୍ଚ ଟାରିଫ୍ ଏବଂ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ହୋଇପାରିବ। ଲୁଟନିକ କହିଛନ୍ତି ଯେ ଏହି ସମୟରେ ସେ ଭାରତ ସହିତ ବାଣିଜ୍ୟ ଚୁକ୍ତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।
ଗୋଟିଏ ପଟେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କର ବିଶେଷ ବନ୍ଧୁ ବୋଲି କହୁଛନ୍ତି, ଅନ୍ୟ ପଟେ ତାଙ୍କ ମନ୍ତ୍ରୀମାନେ ଭାରତକୁ ଧମକ ଦେଉଛନ୍ତି। ହାୱାର୍ଡ ଲୁଟନିକ ସ୍ପଷ୍ଟ ଭାବରେ ସୂଚାଇ ଦେଇଛନ୍ତି ଯେ ଭାରତ ରୁଷୀୟ ତେଲ କିଣିବା ବନ୍ଦ କରିବା ଉଚିତ ନଚେତ୍ ଟାରିଫ୍ ଏବଂ ବାଣିଜ୍ୟ ଚୁକ୍ତି ଉପରେ କୌଣସି ଆଲୋଚନା ହେବ ନାହିଁ।
ହାୱାର୍ଡ ଲୁଟନିକ ରୁଷୀୟ ତେଲ କିଣିବା ପାଇଁ ଭାରତକୁ ନିରନ୍ତର ଟାର୍ଗେଟ କରୁଛନ୍ତି। ସେ କହିଛନ୍ତି ଯେ ୫୦ ପ୍ରତିଶତ ଟାରିଫ୍ ସାମ୍ନା କରୁଥିବା ଭାରତ, ଖୁବ ଶୀଘ୍ର ଆମେରିକୀୟ ଚାପର ସମ୍ମୁଖୀନ ହେବ।
Powered by Froala Editor