ପୁରୀ ବେଳାଭୂମିରେ ଚାଲିଛି ନେଚରପାଥି ଚିକିତ୍ସା

ପୁରୀ: ପୁରୀ ବେଳାଭୂମିରେ ଚାଲିଛି ନେଚରପାଥି ଚିକିତ୍ସା । ଏହି ଗ୍ରୁପର ମୁଖ୍ୟ ଖଡଗପୁରର ଡ.ଅମୋଦ କୁମାର ୨୦ବର୍ଷ ଧରି ନେଚରପାଥିକୁ ଆପଣାଇଛନ୍ତି । ଦୀର୍ଘ ୧୫ବର୍ଷ ଧରି ଲୋକଙ୍କୁ ନେଚରପାଥି ଚିକିତ୍ସା ଯୋଗାଇ ଦେବା ପାଇଁ ସେ ପୁରୀ ବେଳାଭୂମିକୁ ଆସୁଛନ୍ତି । ଚଳିତବର୍ଷ ୧୧ରୁ ୧୩ତାରିଖ ପର୍ଯ୍ୟନ୍ତ ପୁରୀ ବେଳାଭୂମିରେ ଏହି ଚିକିତ୍ସା କରଯାଉଛି । ଏହି ନେଚରପାଥି ଶିବିରରେ ବିଭିନ୍ନ ରାଜ୍ୟର ପ୍ରାୟ ୩୦ଜଣ ଡାକ୍ତର ଭାଗ ନେଇଛନ୍ତି । ନେଚରପାଥି ଚିକିତ୍ସା ସମ୍ପର୍କରେ ଡ. ଅମୋଦ କୁମାର କହିଛନ୍ତି ଯେ ନେଚରପାଥି ହେଉଛି ହଜାର ବର୍ଷ ତଳର ଚିକିତ୍ସା ପଦ୍ଧତି । ଯାହାକୁ ଗ୍ରହଣ କରିବା ପୂର୍ବରୁ ପ୍ରଥମେ ବ୍ୟକ୍ତି ନିଜର ଚାଲିଚଳନ, ଖାଦ୍ୟପେୟ ଏବଂ ଜୀବନଚର୍ଯ୍ୟାରେ ପରିବର୍ତ୍ତନ ଆଣିବାକୁ ହୋଇଥାଏ । ପୁରୀ ବେଳାଭୂମିର ସୂର୍ଯ୍ୟକିରଣ, ବେଳାଭୂମି ବାଲି ଏବଂ ପ୍ରାକୃତିକ ଔଷଧ ଲେପନ ଦ୍ୱାରା ଏହି ନେଚରପାଥି ଚିକିତ୍ସା କରାଯାଉଛି । ଦୀର୍ଘ ଦିନ ହେଲା ବିଭିନ୍ନ ରୋଗରେ ପୀଡିତ ବ୍ୟକ୍ତି ନେଚରପାଥିକୁ ଆପଣାଇ ମାତ୍ର ୩ମାସ ମଧ୍ୟରେ ରୋଗରୁ ମୁକ୍ତି ପାଇଥିବା ଜଣାପଡିଛି । ଏହି ଚିକିତ୍ସାରେ କୌଣସି ଔଷଧ ସେବନ କରିବାକୁ ପଡୁନାହିଁ । କେବଳ ନିଜ ଜୀବନଚର୍ଯ୍ୟାକୁ ପରିବର୍ତ୍ତନ କରି ପ୍ରକୃତିର ଉର୍ଜାରୁ ମିଳୁଥିବା ଶକ୍ତିରେ ଚିକିତ୍ସା କରାଯାଉଛି । ଯାହା ସାଧାରଣ ମଣିଷକୁ ସୁସ୍ଥ, ନିରୋଗ ଏବଂ ଚଳଚଞ୍ଚଳ ରଖିଛି ।
Powered by Froala Editor