ଶ୍ରୀମନ୍ଦିର ଚାରି ଦ୍ବାରରେ ମୁତୟନ ପୁଲିସ କର୍ମଚାରୀଙ୍କ ଶରୀରରେ ଲଗିଲା କ୍ୟାମେରା
ପୁରୀ: ଶ୍ରୀମନ୍ଦିରକୁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଛନ୍ତି। ସେମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୁଲିସ ପ୍ରଶାସନ ସମେତ ଶ୍ରୀମନ୍ଦିର ପ୍ରଶାସନର ଗୁରୁଦାୟିତ୍ବ ରହିଛି। ସେଥିପାଇଁ ଗୁରୁବାର ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଅଣସେବାୟତ ଏବଂ ସନ୍ଦେହଜନକ ଗତିବିଧି ଥିବା ବ୍ୟକ୍ତିଙ୍କ ଶ୍ରୀମନ୍ଦିରରେ ପ୍ରବେଶ ଆଦି ରୋକିବା ପାଇଁ ଚାରି ଦ୍ବାରରେ ମୁତୟନ ହୋଇଥିବା ପୁଲିସ କର୍ମଚାରୀଙ୍କ ଶରୀରରେ କ୍ୟାମେରା ଲଗାଯାଇଛି। ଏହି ଉଚ୍ଚମାନର କ୍ୟାମେରା ଫଟୋ ଉଠାଇବା ସହ ସେଥିରେ କଥାବାର୍ତ୍ତା ମଧ୍ୟ ରେକର୍ଡ଼ କରାଯାଇ ପାରିବ। ଜିଲା ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂହ ଗୁରୁବାର ଶ୍ରୀମନ୍ଦିର ଚାରି ଦ୍ବାରରେ ମୁତୟନ ହୋଇଥିବା ପୁଲିସ କର୍ମଚାରୀଙ୍କ ଶରୀରରେ କ୍ୟାମେରା ଲଗାଇବା ବ୍ୟବସ୍ଥା କରିଛନ୍ତି।
Powered by Froala Editor