ଚାର୍ଲି କିର୍କଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଚାର୍ଲି କିର୍କଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଟର୍ଣ୍ଣିଂ ପଏଣ୍ଟ ୟୁଏସଏର ପ୍ରତିଷ୍ଠାତା ହେଉଛନ୍ତି ୩୧ବର୍ଷୀୟ ଚାର୍ଲି କିର୍କ । ଓରେମର ଉଟାହ ଭ୍ୟାଲି ବିଶ୍ୱବିଦ୍ୟାଳୟରେ ଏହି ଗୁଳିକାଣ୍ଡ ଘଟିଛି । ଚାର୍ଲି କିର୍କ ଏଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ବେଳେ ଗୁଳିକାଣ୍ଡ ଘଟିଥିଲା । ଘଟଣା ପରେ ରାଷ୍ଟ୍ରପତି ଟ୍ରମ୍ପ ଦୁଃଖ ପ୍ରକାଶ କରିଛନ୍ତି । ଟ୍ରମ୍ପ ସୋସିଆଲ ମିଡ଼ିଆରେ କହିଛନ୍ତି ଯେ କିର୍କ ‘ସମସ୍ତଙ୍କ ପ୍ର୍ରିୟ ଥିଲେ । ସମସ୍ତେ ତାଙ୍କୁ ପ୍ରଶଂସା କରୁଥିଲେ । ଉଟାହ ଭ୍ୟାଲି ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଭାଷଣ ଦେଉଥିବା ବେଳେ ତାଙ୍କ ବେକରେ ହଠାତ ଗୁଳି ବାଜିଥିଲା । ଆକ୍ରମଣକାରୀଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇନାହିଁ ।
Powered by Froala Editor