ଭାଙ୍ଗିଲା ରେକର୍ଡ ୨୨ କ୍ୟାରେଟ୍ ସୁନା, ୧ ଲକ୍ଷ ଟଙ୍କା ଅତିକ୍ରମ

୨୨ କ୍ୟାରେଟ୍ ସୁନା ଦାମ୍ ୧ ଲକ୍ଷ ଟଙ୍କା ଅତିକ୍ରମ କରିଥିବା ବେଳେ ବୁଧବାର ଅର୍ଥାତ୍ ସେପ୍ଟେମ୍ବର ୧୦ ତାରିଖରେ ପୁଣି ବଢିଛି ଦାମ୍ । ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୧୦,୫୦୯ ଟଙ୍କା ରହିଛି । ୨୨ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୦୧,୩୦୦ ଟଙ୍କା ରହିଛି । ୧୮ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୮୨,୮୮୦ ଟଙ୍କା ରହିଛି । ଗତକାଲି ୮୨,୭୨୦ ଟଙ୍କା ଥିଲା । ଏଥିରେ ୧୬୦ ଟଙ୍କା ବୃଦ୍ଧି ହୋଇଛି ।
ରାଜଧାନୀ ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧,୦୯,୦୬୦ ଟଙ୍କାରେ ବିକ୍ରି ହେଉଛି। ଏଥିସହ ମୁମ୍ବାଇରେ ଏହାର ମୂଲ୍ୟ ୧,୦୯,୨୪୦ ଟଙ୍କାରେ ପହଞ୍ଚିଛି। ସେହିପରି ବେଙ୍ଗାଲୁରୁରେ ସୁନା ଦର ୧୦ ଗ୍ରାମ ପିଛା ୧,୦୯,୩୩୦ ଟଙ୍କାରେ ବିକ୍ରି ହେଉଛି। କୋଲକାତାରେ ଏହା ୧,୦୯,୧୦୦ ଟଙ୍କା ଏବଂ ଚେନ୍ନାଇରେ ୧,୦୯,୫୬୦ ଟଙ୍କାରେ ବିକ୍ରି ହେଉଛି।
ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧,୧୦,୫୦୯ ଟଙ୍କାରେ ପହଞ୍ଚିଛି। ସେହିପରି ରୁପା ଦାମ୍ରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ୧୦୦ ଗ୍ରାମ୍ ରୁପା ଦାମ୍ ୧୪,୦୦୦ ଟଙ୍କା ରହିଛି ।
Powered by Froala Editor