ନେପାଳରେ ଭୟଙ୍କର ବିକ୍ଷୋଭ: ଅବତରଣ ଅନୁମତି ମିଳିଲାନି, ଫେରି ଆସିଲା ବିମାନ
ନୂଆଦିଲ୍ଲୀ : ନେପାଳରେ ଚାଲିଥିବା ଭୟଙ୍କର ବିକ୍ଷୋଭ ପରେ ଅଶାନ୍ତ ନେପାଳ ପାଇଁ ଓ କାଠମାଣ୍ଡୁ ସାରା ହିଂସା ଲାଗି ରହିଥିବାରୁ ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଉଡାଣ ବନ୍ଦ କରାଯାଇଛି । ଭାରତରୁ ନେପାଳ ଯାଉଥିବା ୨ଟି ବିମାନ ମଧ୍ୟ ଅଧାରୁ ଫେରି ଆସିଛି । ଦିଲ୍ଲୀ ଓ ମୁମ୍ବାଇରୁ କାଠମାଣ୍ଡୁ ଯାଉଥିବା ୨ଟି ଇଣ୍ଡିଗୋ ବିମାନ ଫେରି ଆସିଛି । ତ୍ରିଭୁବନ ବିମାନବନ୍ଦରରେ ଅବତରଣ ଅନୁମତି ନମିଳିବାରୁ ବିମାନ ଫେରିଆସିଛି । ଏହାସହ ଦିଲ୍ଲୀରୁ କାଠମାଣ୍ଡୁ ଯିବାକୁ ଥିବା ଏୟାର ଇଣ୍ଡିଆର ୩ଟି ବିମାନ ଉଡାଣ ମଧ୍ୟ ବାତିଲ ହୋଇଛି । ସୁରକ୍ଷା ଦୃଷ୍ଟିରୁ ଟିଆଇଏରୁ ସମସ୍ତ ବିମାନର ଉଡାଣ ବାତିଲ କରାଯାଇଛି ।
Powered by Froala Editor