ପାର୍ଟିରେ ଗଣଦୁଷ୍କର୍ମ, ଅଭିନେତା ଆଶିଷ କପୁର ଗିରଫ

ଉତ୍ତର ଦିଲ୍ଲୀ ସିଭିଲ ଲାଇନ ଅଞ୍ଚଳରେ ଏକ ପାର୍ଟିରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଟିଭି ଅଭିନେତା ଆଶିଷ କପୁରଙ୍କୁ ପୁଲିସ ଗିରଫ କରିଛି। ଆଶିଷ କପୁରଙ୍କୁ ଦିଲ୍ଲୀ ପୁଲିସ ପୁଣେରୁ ଗିରଫ କରିଛି। ପୋଲିସର ସୂଚନା ଅନୁଯାୟୀ, ପୀଡିତା ଅଭିଯୋଗ କରିଛନ୍ତି ଯେ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ କପୁର ତାଙ୍କ ସହିତ ବାଥରୁମ୍ ଭିତରେ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିଥିଲେ।
୨୪ ବର୍ଷୀୟା ପୀଡ଼ିତା ଅଭିଯୋଗ କରିଥିଲେ ଯେ, ସେ ପଞ୍ଜାବୀ ବାଗରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ। ଗତ ଅଗଷ୍ଟରେ ଏକ ପାର୍ଟିରେ ସେ ଯୋଗଦେଇଥିଲେ। ତାଙ୍କର ଜଣେ ବନ୍ଧୁଙ୍କ ନିମନ୍ତ୍ରଣକ୍ରମେ ସେ ଯାଇଥିଲେ। ସେଠାରେ ଆଶିଷଙ୍କ ସମେତ ଅନ୍ୟ କେତେଜଣ ଯୁବକ ତାଙ୍କୁ ନିଶା ଦେଇ ଗଣଦୁଷ୍କର୍ମ କରିଥିଲେ।
ଏହି ମାମଲା ସିଭିଲ୍ ଲାଇନ୍ସ ଥାନାରେ ରୁଜୁ ହୋଇଥିଲା। ପୁଲିସ ତାଙ୍କ ଲୋକେସନ୍ ଟ୍ରାକ୍ କରି ପୁଣେରୁ ତାଙ୍କୁ ଗିରଫ କରିଥିଲା। ଏଫଆଇଆରରେ ପ୍ରଥମେ ଆଶିଷ କପୁର, ତାଙ୍କ ବନ୍ଧୁ, ବନ୍ଧୁଙ୍କ ସ୍ତ୍ରୀ ଏବଂ ଦୁଇ ଅଜଣା ବ୍ୟକ୍ତିଙ୍କ ନାମ ଥିଲା।
Powered by Froala Editor