ଦ୍ୱିତୀୟ ପୁତ୍ର ସନ୍ତାନର ମା’ ହେଲେ ଗୌହର
ଅଭିନେତ୍ରୀ ଗୌହର ଖାନ ଏବଂ ଇନ୍ଫ୍ଲୁଏନସର ଜୈଦ ଦରବାର ପୁଣି ଥରେ ମାତାପିତା ହୋଇଛନ୍ତି। ଏହି ଦମ୍ପତି ପୂର୍ବରୁ ଏକ ପୁଅର ପିତାମାତା ଥିଲେ ଏବଂ ଏବେ ସେମାନେ ଦ୍ୱିତୀୟ ଥର ପାଇଁ ଶିଶୁପୁତ୍ରର ପିତାମାତା ହୋଇଛନ୍ତି। ଇନଷ୍ଟାଗ୍ରାମରେ ଦୁହେଁ ପୋଷ୍ଟ କରି ଏହି ଖୁସି ଖବର ଦେଇଛନ୍ତି।
ପ୍ରେଗନେଣ୍ଟ ଥିବା ସମୟରେ ଅଭିନେତ୍ରୀ ସୋସିଆଲ ମିଡିଆରେ ମଧ୍ୟ ସମସ୍ତ ଅପଡେଟ୍ ଦେଉଥିଲେ। ଏବେ ପୁଣି ଥରେ ତାଙ୍କ ଦ୍ୱିତୀୟ ମା’ ହେବା ଖୁସି ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି। କପୁଲ ଏକ ସୁନ୍ଦର ମେସେଜ ସହ ଇନଷ୍ଟାଗ୍ରାମରେ ଏହି ପୋଷ୍ଟ ସେୟାର କରିଛନ୍ତି। ଲେଖିଛନ୍ତି ତାଙ୍କ ପୁଅ ଏବେ ଭାଇକୁ ପାଇ ବେଶ ଖୁସି ହେବ।
ଖୁସି ଖବର ସେୟାର କରି ଦୁହେଁ ଲେଖିଛନ୍ତି, "ବିସମିଲ୍ଲାହ ହିର ରହମାନ ନୀର ରହିମ ଜେହାନ। ୧ ସେପ୍ଟେମ୍ବର ୨୦୨୫ ରେ ଜନ୍ମ ହୋଇଥିବା ଛୋଟ ଭାଇ ସହିତ ତାଙ୍କ ରାଜ୍ୟ ବାଣ୍ଟିବାକୁ ନେଇ ଜେହାନ ବହୁତ ଖୁସି। ଆମ ପରିବାର ପାଇଁ ସମସ୍ତଙ୍କ ନିରନ୍ତର ଭଲପାଇବା ଏବଂ ଆଶୀର୍ବାଦ କାମନା କରୁଛନ୍ତି।"
ଉଲ୍ଲେଖଯୋଗ୍ୟ, ଗୌହର ଏବଂ ଜୈଦ ଦରବାର ୨୦୨୦ ମସିହାରେ ବିବାହ କରିଥିଲେ। ବିବାହର ତିନି ବର୍ଷ ପରେ, ୨୦୨୩ ମସିହାରେ, ଏହି ଦମ୍ପତି ସେମାନଙ୍କର ବଡ଼ ପୁଅ ଜେହାନଙ୍କୁ ସ୍ୱାଗତ କରିଥିଲେ। ଏବେ ଏହି ଦମ୍ପତି ଦ୍ୱିତୀୟ ପୁଅର ପିତାମାତା ହୋଇଛନ୍ତି।
Powered by Froala Editor