ରଣବୀର-ଆଲିଆଙ୍କ ସ୍ୱପ୍ନର ଘରର ଏକ ଝଲକ...

ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ନୂତନ ଘର ସମ୍ପୂର୍ଣ୍ଣ ହୋଇସାରିଛି। ଦମ୍ପତିଙ୍କ ଏହି ଘରର ମୂଲ୍ୟ ୨୫୦ କୋଟି ଟଙ୍କା। ବର୍ତ୍ତମାନ ଏହି ଘରର ପୂରା ଝଲକ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହା ବହୁତ ଆଶ୍ଚର୍ଯ୍ୟଜନକ।
ରିପୋର୍ଟ ଅନୁସାରେ, ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଏହି ନୂତନ ଘର ମୂଳତଃ ରଣବୀରଙ୍କ ଜେଜେବାପାଙ୍କର। ଯାହାକୁ ସେ ୪୫ ବର୍ଷ ପୂର୍ବେ ନୀତୁ କପୁର ଏବଂ ଋଷି କପୁରଙ୍କୁ ଦେଇଥିଲେ। ବର୍ତ୍ତମାନ ରଣବୀର ଏବଂ ଆଲିଆ ଏହି ଘରେ ରହିବାକୁ ଯାଉଛନ୍ତି । ନିକଟରେ ଜଣେ ପ୍ରଶଂସକ ସେମାନଙ୍କ ଘରର ଫ୍ରଣ୍ଟ ଭ୍ୟୁର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ରଣବୀର ଏବଂ ଆଲିଆଙ୍କ ଏହି ପ୍ରୋଜେକ୍ଟ ବହୁତ ଦିନ ଧରି ଚାଲିଥିଲା। ଘରକୁ ବନାଇବା ପାଇଁ ପ୍ରାୟ ୫ ବର୍ଷ ସମୟ ଲାଗିଥିଲା।
ଏହି ବଙ୍ଗଳା କୋଠାଟି ୬ ମହଲା ବିଶିଷ୍ଟ। ଛଅ ମହଲା ବଙ୍ଗଳାର ପ୍ରତ୍ୟେକ ମହଲାର ବାଲକୋନି ଗଛ ଲତାରେ ସଜାଯାଇଛି। ସୁନ୍ଦର ଲିଭିଙ୍ଗ୍ ରୁମ୍, ଚମତ୍କାର ଝୁମର, ହାଙ୍ଗିଙ୍ଗ୍ ଗାର୍ଡନ, ବିଶାଳ ଡେକ୍ ଏରିଆ ସାମିଲ ରହିଛି। କିନ୍ତୁ, ଏହି ଭିଡିଓରେ ଘର ଭିତରର ଜିନିଷ ଦେଖାଯାଉନାହିଁ। ହେଲେ ଏହି ୬ ମହଲା କୋଠା ଦେଖିବା ପରେ, ଲୋକମାନେ ଏହାର ବହୁତ ପ୍ରଶଂସା କରୁଛନ୍ତି। ଅନେକ ଲୋକ ଏହି ଭିଡିଓକୁ ଦେଖି ସ୍ୱପ୍ନର ଘର ବୋଲି କହିଛନ୍ତି। ରଣବୀର ଏବଂ ଆଲିଆଙ୍କ ଏହି ଘର ତାଙ୍କ ଜେଜେମା କୃଷ୍ଣା ରାଜ କପୁରଙ୍କ ନାମରେ ନାମିତ ହେବ।
Powered by Froala Editor