ନକୁଳଙ୍କ ଘରକୁ ଆସିଲା “ରୁମି”, ଭରିଦେଲା ଖୁସି

ଅଭିନେତା ନକୁଳ ମେହେତା ଦ୍ୱିତୀୟ ଥର ପାଇଁ ବାପା ହେଇଛନ୍ତି। ପତ୍ନୀ ଜାନକୀ ଅଗଷ୍ଟ ୧୫ରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏ ଖୁସି ଖବରକୁ ନକୁଳ ସୋସିଆଲ ମିଡିଆ ଜରିଆରେ ସମସ୍ତଙ୍କୁ ଜଣାଇଛନ୍ତି। ନକୁଳ ତାଙ୍କ ପୋଷ୍ଟର କ୍ୟାପସନରେ ଲେଖିଛନ୍ତି - ସେ ଆସିଛନ୍ତି। ସୁଫି ଶେଷରେ ତାଙ୍କ ରୁମିଙ୍କୁ ପାଇଛନ୍ତି। ଆମର ହୃଦୟ ପରିପୂର୍ଣ୍ଣ ହୋଇଯାଇଛି।। ୧୫ ଅଗଷ୍ଟ ୨୦୨୫।
ନକୁଳ ଏବଂ ଜାନକୀ ସେମାନଙ୍କ ଝିଅର ନାମ ରୁମି ରଖିଛନ୍ତି। ରୁମିର ଅର୍ଥ 'ସୁନ୍ଦରୀ'। ଜାନକୀ ଏବଂ ନକୁଳ ୨୮ ଜାନୁଆରି ୨୦୧୨ରେ ବିବାହ କରିଥିଲେ। ୨୦୨୧ରେ ଦୁହେଁ ପୁତ୍ର ସନ୍ତାନର ବାପା ଓ ମା’ ହୋଇଥିଲେ। ୧ ଜୁନ୍ ୨୦୨୫ରେ ନକୁଳ ତାଙ୍କ ସ୍ତ୍ରୀ ଜାନକୀଙ୍କ ଦ୍ୱିତୀୟ ଗର୍ଭଧାରଣ ଘୋଷଣା କରିଥିଲେ।
ନକୁଳ ‘ବଡ଼େ ଅଛେ ଲଗତେ ହେଁ’ ପାଇଁ ବେଶ୍ ଜଣାଶୁଣା ଚେହେରା । ନକୁଳଙ୍କ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ସମସ୍ତେ ଅଭିନେତାଙ୍କୁ ବାପା ହେବା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ନକୁଳ ତାଙ୍କ ନବଜାତ କନ୍ୟାଙ୍କ ସହିତ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି। ଅନ୍ୟ ଏକ ଫଟୋରେ ନକୁଲଙ୍କୁ ପୁଅ ତାଙ୍କ ସାନ ଭଉଣୀଙ୍କୁ କୋଳରେ ଧରି ସ୍ନେହ କରୁଥିବାର ଦେଖିବାକୁ ମିଳିଛି।
Powered by Froala Editor