‘ହାଏରେ ତୋର କମରିୟା… ଆଇଟମ୍ ଗୀତ ଗାଇଲେ ଅର୍ଚ୍ଚନା
ଲୋକପ୍ରିୟ ସମ୍ବଲପୁରୀ ଗାୟିକା ଅର୍ଚ୍ଚନା ପାଢ଼ୀ ଏବେ ଆଇଟମ୍ ଗୀତ ପାଇଁ ଚର୍ଚ୍ଚାରେ ଅଛନ୍ତି । ତାଙ୍କର ସୁମଧୁର କଣ୍ଠରେ କେବଳ ସମ୍ବଲପୁରୀ ଗୀତ ଶୋଭା ପାଉଥିବାବେଳେ ଏବେ ଆଇଟମ୍ ଗୀତ ପାଇଁ ସେ ଚର୍ଚ୍ଚାର ପରିଧିକୁ ଆସିଛନ୍ତି ।
‘ଜୟହିନ୍ଦ୍’ ଲାଗି ତାଙ୍କ କଣ୍ଠରେ ରେକର୍ଡ ହୋଇଥିବା ସମ୍ବଲପୁରୀ ଆଇଟମ୍ ଗୀତଟି ହେଲା ‘ହାଏରେ ତୋର କମରିୟା…।’ ଏହି ଗୀତରେ ତାଙ୍କ ସହ କଣ୍ଠଶିଳ୍ପୀ ତୋଫାନ୍ ବି ଗାଇଥିବା ବେଳେ ରାପିଂ କରିଛନ୍ତି ହିଲିୟମ୍। ଗୀତଟି ଭୁବନେଶ୍ବରର ଏକ ଷ୍ଟୁଡିଓରେ ରେକର୍ଡ କରାଯାଇଛି। ଅର୍ଚ୍ଚନା ଆଗରୁ ଓଲିଉଡ୍ର ଆଗଧାଡ଼ିର ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର୍ ଓ ଅସଦ୍ ନିଜାମ୍ଙ୍କ ସ୍ବରାରୋପିତ ଗୀତରେ କଣ୍ଠଦାନ କରିଛନ୍ତି।
ବଲାଙ୍ଗୀରର ଝିଅ ଅର୍ଚ୍ଚନା ପାଢ଼ୀ । ପାଖାପାଖି ୨୫୦ ସମ୍ବଲପୁରୀ ଓ ଓଡ଼ିଆ ଗୀତ ଗାଇଥିବା ଅର୍ଚ୍ଚିତା ପ୍ରଥମଥର ଲାଗି ଏକ ଓଡ଼ିଆ ସିନେମା ପାଇଁ କଣ୍ଠଦାନ କରିଛନ୍ତି। ଉଲ୍ଲେଖନୀୟ କଥା ହେଲା, ‘ହାୟରେ ତୋର କମରିୟା…’ର ଗୀତିକାର ଜିତେନ୍ଦ୍ର ସେଠ୍ଙ୍କର ମଧ୍ୟ ଏହା ପ୍ରଥମ ଓଡ଼ିଆ ଆଇଟମ୍ ଗୀତ। ଏହି ଗୀତଟି ମୋତେ ଓଲିଉଡ୍ରେ ନୂଆ ପରିଚୟ ଦେବ ବୋଲି ଅର୍ଚ୍ଚନା କହିଛନ୍ତି ।
Powered by Froala Editor